ଷ୍ଟେସନ୍ େଓ୍ଵଟିଂରୁମ୍‌ରେ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ପଡିଲା ମହଙ୍ଗା, ମାମଲା ରୁଜୁ ପରେ ଯୁବକ ଅଟକ

ବାଲେଶ୍ଵର (କେନ୍ୟୁଜ): ଷ୍ଟେସନ ପ୍ରତିକ୍ଷାଳୟରେ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ମହଙ୍ଗା ପଡିଲା ଯୁବକଙ୍କୁ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ରେଳ ଷ୍ଟେସନ ପରିସରରେ। ସୂଚନା ମୁତାବକ, ଜଣେ ପଶ୍ଚିମବଙ୍ଗୀୟ ଯୁବତୀଙ୍କୁ ଜଣେ ଯୁବକ ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରିଥିବା ନେଇ ବାଲେଶ୍ଵର ଜି ଆର୍ ପି ଥାନାରେ ଅଭିଯୋଗ ହୋଇଛି ।

ତେବେ ଉକ୍ତ ଯୁବକ ଜଣଙ୍କ ଭଦ୍ରକ ଅଞ୍ଚଳ ଆନନ୍ଦ ଚନ୍ଦ୍ର ଜେନା। ଯିଏ ନିଜକୁ ଏନ୍ ଏମ ଏସ ୟୁଟୁବ ଚ୍ୟାନାଲର ସାମ୍ବାଦିକ ବୋଲି ପରିଚୟ ଦେଇଛନ୍ତି। ତେବେ ବାଲେଶ୍ବର ଷ୍ଟେସନରେ ଯାତ୍ରୀଙ୍କ ପାଇଁ ଥିବା ପ୍ରତିକ୍ଷାଳୟରେ ଯୁବତୀ ଜଣକ ଏକା ବସିଥିବା ଦେଖି ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲେ ଏହି ଯୁବକ । ଯୁବକ ଜଣକର ଏଭଳି ଆଚରଣ ଦେଖି ଓଡ଼ିଆ ବୁଝି ପାରୁନଥିବା ଯୁବତୀ ଏକ ଭିଡିଓ ଉତ୍ତୋଳନ କରିଥିବା ସହ ପରେ ଭୟଭୀତ ହୋଇ ଜି ଆର ପି ଙ୍କ ସହାୟତା ନେଇଥିଲେ ଓ ପରେ ଯୁବକଙ୍କ ନାଁରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ବାଲେଶ୍ବର ଜି ଆର ପି ଯୁବକ ଜଣକୁ ଅଟକ ରଖି ଏକ ମାମଲା ରୁଜୁ କରିବା ସହ ଅଧିକ ପଚରା ଉଚୁରା ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.