ONGC ରେ ଖାଲିପଡିଛି ଜୁନିଅର କନସଲଟାଣ୍ଟ ଏବଂ ଆସୋସିଏଟ୍‌ କନସଲଟାଣ୍ଟ ପଦବ, ଜାଣନ୍ତୁ କେମିତି କରିବେ ଆବେଦନ

ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ୍‌ କର୍ପୋରେସନ ଲିମିଟେଡ(ONGC)ରେ ଖାଲିପଡିଛି ଜୁନିଅର କନସଲଟାଣ୍ଟ ଏବଂ ଆସୋସିଏଟ୍‌ କନସଲଟାଣ୍ଟ ପଦବୀ। ଏଠାରେ ୩୬ଟି ପଦବୀ ଖାଲିପଡିଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଓଏନଜିସିର ଅଫିସିଆଲ ୱେବସାଇଟ ongcindia.com କୁ ଯାଇ ଅନଲାଇନ ଆବେଦନ କରିପାରିବେ। ଏହି ପଦବୀରେ ଆବେଦନ କରିବା ପାଇଁ ଶେଷ ତାରିଖ ୩୦ ମାର୍ଚ୍ଚ ୨୦୨୨ ରହିଛି।

ପଦବୀ ବିବରଣୀ: ୩୬

ଜୁନିଅର କନସଲଟାଣ୍ଟ: ୧୪
ଆସୋସିଏଟ୍‌ କନସଲଟାଣ୍ଟ : ୨୨

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୩୦ ମାର୍ଚ୍ଚ ୨୦୨୨ ରହିଛି।

ଦରମା : ଆସୋସିଏଟ କନସଲଣ୍ଟାଣ୍ଟ ପଦବୀ ପାଇଁ ମାସିକ ୬୬ ହଜାର ଟଙ୍କା ଏବଂ ଜୁନିଅର କନସଲଣ୍ଟାଣ୍ଟ ପଦବୀ ପାଇଁ ମାସିକ ୪୦ ହଜାର ଟଙ୍କା ମିଳିବ। ଅଧିକ ଜାଣିବା ପାଇଁ ୱେବସାଇଟରେ ନୋଟିଫିକେସନ ଚେକ୍‌ କରିଦିଅନ୍ତୁ।

ଆବେଦନ ଶୁଳ୍କ: ସାଧାରଣ ବର୍ଗ/ EWC/OBC ପ୍ରାର୍ଥୀ ୩୦୦ ଟଙ୍କା ଏବଂ ଅନୁସୂଚିତ ଜାତି/ଜନଜାତି/PWD ଶ୍ରେଣୀର ପ୍ରାର୍ଥୀଙ୍କୁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ।

ବୟସ ସୀମା: ପ୍ରାର୍ଥୀଙ୍କ ବୟସ ୬୫ ବର୍ଷରୁ ଅଧିକ ହୋଇନଥିବ।

ଏମିତି କରନ୍ତୁ ଆବେଦନ:

ପ୍ରଥମେ ଅଧିକାରକ ୱେବସାଇଟ ongcindia.comକୁ ଯାଆନ୍ତୁ।

ତା’ ପରେ Recruitment Notices ଉପରେ କ୍ଲିକ କରନ୍ତୁ।

Recruitment of retired ONGCians from Production & Drilling disciplines for Junior Consultants & Associate Consultants for Well Services at Cambay ଲିଙ୍କରେ କ୍ଲିକ କରନ୍ତୁ।

Apply Online ଉପରେ କ୍ଲିକ କରନ୍ତୁ।

ଏହା ପରେ ଯେଉଁ ଦସ୍ତାବିଜ ପୂରଣ କରିବା ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ପୂରଣ କରନ୍ତୁ।

ରେଜିଷ୍ଟ୍ରେସନ ପରେ ଆପ୍ଲିକେସନ ଫର୍ମ ପୂରଣ କରିବେ।

ଆବେଦନ କରି ସାରିବା ପରେ ପ୍ରିଣ୍ଟ ନିଶ୍ଚିତ ଭାବେ ରଖନ୍ତୁ।

ଚୟନ ପ୍ରକ୍ରିୟା : ଜାରି ହୋଇଥିବା ନୋଟିଫିକେସନ ମୁତାବକ, ଚୟନ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ଆଧାରରେ କରାଯିବ। ପଠାଯାଇଥିବା ଆବେଦନ ପତ୍ର ସର୍ଟଲିଷ୍ଟ ହେବା ପରେ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ତାରିଖ, ସ୍ଥାନ ଏବଂ ରିପୋର୍ଟିଂ ସମୟ ସୂଚନା ଇମେଲ ମାଧ୍ୟମରେ ଦିଆଯିବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://ongcindia.com/wps/wcm/connect/23ff7345-af88-4be8-9a06-f75b33177000/AdvertisementCambay.pdf?MOD=AJPERES&CONVERT_TO=url&CACHEID=ROOTWORKSPACE-23ff7345-af88-4be8-9a06-f75b33177000-n-XSc0o

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.