କୁମ୍ଭୀର ମୁହଁରୁ ବର୍ତ୍ତିଗଲେ ଯୁବକ, ଠିକ୍ ସମୟରେ ଉଦ୍ଧାର କଲା ଚାନ୍ଦବାଲି ଅଗ୍ନିଶମ ବାହିନୀ

ଚାନ୍ଦବାଲି(କେନ୍ୟୁଜ୍): କୁମ୍ଭୀର ମୁହଁରୁ ବର୍ତ୍ତିଗଲେ ଯୁବକ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ବୈତରଣୀ ନଦୀ ମଝିରୁ ବିଳମ୍ବିତ ରାତିରେ ଡ଼ଙ୍ଗା ସାହାଯ୍ୟରେ ଯୁବକକୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ । ରାତି ପାଖାପାଖି ୧୨ଟାରେ ଜଣେ ଯୁବକ ଅରଣ୍ୟ ନିବାସ ପାଖରେ ବୈତରଣୀ ନଦୀକୁ ଡେଇଁ ପଡିଥିଲେ । ଶୁଣିବାକୁ ମିଳୁଛି ଯୁବକ ଜଣକର ମାନସିକ ସ୍ଥିତି ଠିକ୍ ନାହିଁ।

ଯୁବକ ଜଣକ ପାଣି ସୁଅରେ ଭାସି ଆସି ବଡବଜାର ପାଖରେ ନଦୀରେ ପହଞ୍ଚିଥିଲେ । ବୋଟ ବନ୍ଧା ହେବା ପାଇଁ ପୋତା ଯାଇଥିବା କୁଳ ଠାରୁ ୭୦ଫୁଟ ଦୂରରେ କିଛି ବାଉଁଶକୁ ଧରି ସେଥିରେ ବସିରହିଥିଲେ । ପ୍ରାଏ ୧ଘଣ୍ଟାରୁ ଅଧିକ ସମୟ ବସିରହିଥିଲେ । ନଦୀରେ ଗଭୀର ପାଣି ପୁଣି ଜୁଆର ସାଙ୍ଗକୁ କୁମ୍ଭୀର ଭୟ ।

ସ୍ଥାନୀୟ ପୋଲିସ ଓ ଦମକଳ ବାହିନୀକୁ ଖବର ଦେଇଥିକେ । ଚାନ୍ଦବାଲି ଅଗ୍ନିଶମ ବାହିନୀର ୬ଜଣିଆ ଟିମ ପହଞ୍ଚି ଥିଲେ । କୁମ୍ଭୀର ନଦୀରେ ଯାତାୟତ କରୁଥିବାରୁ ନଦୀକୁ ନଯାଇ ମାଛ ଡଙ୍ଗା ନେଇ ଯୁବକକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଉପରକୁ ଆଣିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.