ହାତୀ ଶିକାର ଅଭିଯୋଗ, ଅଭିଯୁକ୍ତକୁ ୩ ବର୍ଷ ଜେଲ

ହାତୀ ଶିକାର ଅଭିଯୋଗରେ ଅଭିଯୁକ୍ତକୁ 3 ବର୍ଷ ଜେଲ ଓ 10 ହଜାର ଟଙ୍କା ଜରିମାନା । ଅନାଦେୟ ଅଧିକ 6 ମାସ କାରାଦଣ୍ଡ । 

ହାତୀ ଶିକାର ଅଭିଯୋଗରେ ଅଭିଯୁକ୍ତକୁ 3 ବର୍ଷ ଜେଲ ଓ 10 ହଜାର ଟଙ୍କା ଜରିମାନା । ଅନାଦେୟ ଅଧିକ 6 ମାସ କାରାଦଣ୍ଡ ।  ରାୟ ଶୁଣାଇଲେ ବେତନଟୀ ଜେଏମଏଫସି କୋର୍ଟ। ଅଭିଯୁକ୍ତ ହେଲେ ଯଶିପୁର ଅଞ୍ଚଳର ରଘୁନାଥ ପିଙ୍ଗୁଆ।

ଗତ ଏପ୍ରିଲ 20 ତାରିଖରେ 4 ଟି ହାତୀଦାନ୍ତ ସହ ଯଶିପୁର ଜାତୀୟ ରାଜପଥ କଡ଼ ଏକ ଢାବାରୁ ଗିରଫ କରିଥିଲେ ଶିମିଳିପାଳ କର୍ତ୍ତୃପକ୍ଷ। 2022 ଡିସେମ୍ବର ମାସରେ କେନାବିଲ ରେଞ୍ଜ ଅଞ୍ଚଳରେ ଏକ ହାତୀ ଶିକାର କରିଥିବା ବେଳେ 2023 ଫେବୃୟାରୀ ରେ ପିଠାବଟା ଦକ୍ଷିଣ ରେଞ୍ଜ ଅଞ୍ଚଳରୁ ଅନ୍ୟ ଏକ ହାତୀକୁ ଶିକାର କରିଥିଲା ଅଭିଯୁକ୍ତ ରଘୁନାଥ ପିଙ୍ଗୁଆ।

ବାଉଁଶରେ ବିଷ ଦେଇ ଅଭିଯୁକ୍ତମାନେ ହାତୀକୁ ଶିକାର କରିଥିଲେ। ଏହି ଘଟଣାରେ ରଘୁନାଥ ପିଙ୍ଗୁଆ ଗିରଫ ହୋଇଥିବା ବେଳେ ଆହୁରି 3 ଜଣ ଅଭିଯୁକ୍ତ ଫେରାର ଥିବା ସେ ସମୟରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲେ ଆରସିସିଏଫ। ଏହି ଘଟଣାର ବିଚାର କରି ଆଜି ରାୟ ପ୍ରକାଶ କରିଛନ୍ତି ମାନ୍ୟବର କୋର୍ଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.