ଭଲ ପାଇବୁନି ତ ଏସିଡ୍‌ ଫିଙ୍ଗିଦେବି, ଛାତ୍ରୀଙ୍କୁ ଧମକେଇ ଯୁବକ ଖାଇଲେ ଛେଚା

ଗୋପ (କେନ୍ୟୁଜ) : କମେଣ୍ଟ ମରା ପଡିଲା ମହଙ୍ଗା। କଲେଜ ଛାତ୍ରୀଙ୍କୁ କମେଣ୍ଟ କରି ଧୂମ ଛେଚା ଖାଇଲେ ଅଣଛାତ୍ର। ଚାରିପଟୁ ରୁଣ୍ଡ ହୋଇ ମଝିରେ ଗୋଇଠା, ବିଧା ଓ ଚାପୁଡା ଖାଇଲେ ଯୁବକ। ରୋମିଓଙ୍କ ଅବସ୍ଥା ପୂରା ହୋଇଗଲା ବେହାଲ। ମୁଣ୍ଡରୁ ପ୍ରେମ ନିଶା ହଟାଇବା ପାଇଁ ଛେଚା ପରେ ଛେଚା ଦେଇଥିଲେ ଅଣଛାତ୍ର।

ପୁରୀ ଜିଲ୍ଲା ଗୋପ କଲେଜ ପରିସରର ଏ ଘଟଣା। ଏଠାରେ ଦିନକୁ ଦିନ ଅଣଛାତ୍ରଙ୍କ ପାାଦ୍ରୁଭାବ ବଢ଼ି ବଢ଼ି ଚାଲିଛି। ତେବେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଜଣେ ଦଳିତ ଯୁବକ କମେଣ୍ଟ ମାରିଥିଲେ। ବହୁ ସମୟରେ ରାସ୍ତାରେ ଅଟକାଇ ହଇରାଣ ବି କରୁଥିଲେ। ଏମିତିକି ଛାତ୍ରୀଙ୍କୁ ଏସିଡ ପକାଇଦେବେ ବୋଲି ଧମକ ବି ଦେଇଥିଲେ।

ତେବେ ଏହି ସମୟରେ କିଛି ଅଣଛାତ୍ର ଯୁବକଙ୍କୁ ଧରି କଲେଜ ଭିତରେ ଅଧ୍ୟକ୍ଷାଙ୍କ ଅଫିସ ସାମ୍ନାରେ ଆଣ୍ଠେଇ ଛେଚିଥିଲେ ଅଣଛାତ୍ର। ଗୋଇଠା, ବିଧା, ଚାପୁଡା ଯିଏ ଯେମିତି ପାରିଲେ ଛେଚି ଚାଲିଲେ। ଯୁବକ ଜଣକ ପରିସ୍ରା ଯିବେ ବୋଲି କହୁଛନ୍ତି ତଥାପି ଛାଡିଲେନି ଉତ୍ୟକ୍ତ ଅଣଛାତ୍ର। ତେବେ ଏହି ଘଟଣାର ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଯେ ଏହି ସମୟରେ କଲେଜର ଜଣେ ଅଧ୍ୟାପକ ମଧ୍ୟ ସେଠାରେ ଅପସ୍ଥିତ ଅଛନ୍ତି।

ଏ ଘଟଣା ସମ୍ପର୍କରେ କଲେଜ୍‌ ଅଧ୍ୟକ୍ଷାଙ୍କ ସହ ସମ୍ପର୍କ କରାଯାଇଥିଲେ। ସେ କହିଛନ୍ତି ଉକ୍ତ ଯୁବକଙ୍କ ଠାରୁ ଲିଖିତ ଆକାରରେ ଗୋଟେ ଅଣ୍ଡରଟେକିଙ୍ଗ୍‌ ରଖାଯାଇଛି। ଯେପରି ଭବିଷ୍ୟତରେ ଏପରି ଘଟରାର ପୁନରାବୃତ୍ତି ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.