Below header

ମେଣ୍ଟ ପ୍ରସଙ୍ଗରେ ମତ ବଦଳାଇଲେ ମନମୋହନ, କରିଥିବା ଟ୍ବିଟ୍ ଡିଲିଟ୍ କଲେ

ମେଣ୍ଟ ପ୍ରସଙ୍ଗରେ ମତ ବଦଳାଇଲେ ମନମୋହନ । ବିଜେପି ରାଜ୍ୟ ସଭାପତିଙ୍କ ୟୁ-ଟର୍ଣ୍ଣ । ଆଜି ସକାଳେ କରିଥିବା ଟ୍ବିଟ୍ ଡିଲିଟ୍ କଲେ ମନମୋହନ ସାମଲ । ସୋସିଆଲ୍ ମିଡିଆ X ପ୍ଲାଟଫର୍ମରୁ ଟ୍ବିଟ୍ ଡିଲିଟ୍ କରିଛନ୍ତି । ରାଜ୍ୟରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବ ଟ୍ବିଟ୍ କରିଥିଲେ ମନମୋହନ ।

ଭୁବନେଶ୍ୱର: ମେଣ୍ଟ ପ୍ରସଙ୍ଗରେ ମତ ବଦଳାଇଲେ ମନମୋହନ । ବିଜେପି ରାଜ୍ୟ ସଭାପତିଙ୍କ ୟୁ-ଟର୍ଣ୍ଣ । ଆଜି ସକାଳେ କରିଥିବା ଟ୍ବିଟ୍ ଡିଲିଟ୍ କଲେ ମନମୋହନ ସାମଲ । ସୋସିଆଲ୍ ମିଡିଆ X ପ୍ଲାଟଫର୍ମରୁ ଟ୍ବିଟ୍ ଡିଲିଟ୍ କରିଛନ୍ତି । ରାଜ୍ୟରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବ ଟ୍ବିଟ୍ କରିଥିଲେ ମନମୋହନ । ଲେଖିଥିଲେ ଓଡ଼ିଶାରେ କୋଟି କୋଟି ଜନତାଙ୍କ ଆଶୀର୍ବାଗ ଓ ଶୁଭେଚ୍ଛା ନେଇ ବିଜେପି ଏକାକୀ ନିର୍ବାଚନ ଲଢ଼ିବ ଓ ସରକାର ମଧ୍ୟ କରିବ । ଏଥର ଓଡ଼ିଆ ଅସ୍ମିତା ଓ ସ୍ବାଭିମାନ ପାଇଁ ପ୍ରତ୍ୟେକ ଓଡିଆ ଦାୟିତ୍ବ ନେଇ ଏହି ନିର୍ବାଚନ ଲଢ଼ିବେ ଓ ସରକାର ଗଠନ କରିବେ ବୋଲି ସୋସିଆଲ୍ ମିଡିଆ X ପ୍ଲାଟଫର୍ମରେ ଲେଖିଥିଲେ ମନମୋହନ । ତେବେ କିଛି ଘଣ୍ଟା ପରେ ଟ୍ବିଟକୁ ଡିଲିଟ୍ କରିଛନ୍ତି । ପ୍ରଶ୍ନ ଉଠୁଛି କାହିଁକି ଟ୍ବିଟ୍ ଡିଲିଟ୍ କଲେ ମନମୋହନ ସାମଲ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.