ମାଡ଼ ମାରିବା ଅଭିଯୋଗରେ ଯୁବକ ଗିରଫ

ଧମକ ଚମକ ଦେଇ ମାଡ଼ ମାରିବା ଅଭିଯୋଗରେ ଯୁବକ ଗିରଫ। ପୁରିଘାଟ ଥାନା ଅନ୍ତର୍ଗତ ବାଖରାବାଦ ଅଞ୍ଚଳର ପପୁ ଆଲିଆସ୍ ଦିନେସ ବେହେରାଙ୍କୁ ଗିରଫ କଲା ବାଦାମବାଡ଼ି ଥାନା ପୋଲିସ।

କଟକ : ଧମକ ଚମକ ଦେଇ ମାଡ଼ ମାରିବା ଅଭିଯୋଗରେ ଯୁବକ ଗିରଫ। ପୁରିଘାଟ ଥାନା ଅନ୍ତର୍ଗତ ବାଖରାବାଦ ଅଞ୍ଚଳର ପପୁ ଆଲିଆସ୍ ଦିନେସ ବେହେରାଙ୍କୁ ଗିରଫ କଲା ବାଦାମବାଡ଼ି ଥାନା ପୋଲିସ। ପ୍ରମୋଦ କୁମାର ପରିଡା ନାମକ ଯୁବକଙ୍କୁ ଡାକି ନେଇ ଏକ ଘରେ ପୁରାଇ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତ ଦିନେସ, କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ମ୍ୟାନେଜର ବୋଲି ଏତଲାରେ ଦର୍ଶାଇଥିଲେ ଅଭିଯୋଗକାରୀ।

ହ୍ୟୁମାନ ସାଗରଙ୍କୁ ଆକ୍ଷେପ କରି ସୋସିଆଲ ମିଡିଆରେ ନ ଲେଖିବାକୁ ବନ୍ଧୁକ ଦେଖାଇ ଧମକାଇ ମାଡ଼ ମାରିବା ସହ ସାଙ୍ଗରେ ନେଇ ଯାଇଥିଲେ ଅଭିଯୁକ୍ତ ଏବଂ ସହଯୋଗୀ। ସନସାଇନ ପଡ଼ିଆ ନିକଟସ୍ଥ ଏକ ପରିତ୍ୟକ୍ତ ଘର ଭିତରେ ପୁରାଇ ପାଞ୍ଚରୁ ଉର୍ଦ୍ଧ୍ବ ଯୁବକ ଅଭିଯୋଗକାରୀଙ୍କୁ ଉଲଗ୍ନ କରି ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଗତ ଫେବୃଆରୀ ମାସ ୨୦ତାରିଖରେ ଘଟିଥିଲା ଏହି ଘଟଣା।।ଗିରଫ ଅଭିଯୁକ୍ତ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ୬ଟି ମାମଲା ରହିଛି। ଅତିରିକ୍ତ ଡିସିପି ଅନୀଲ ମିଶ୍ରଙ୍କ ସୂଚନା।