‘ଡାଏଲ୍‌ ୧୧୨’କୁ ଆସିଲା ପିଏମ୍‌ ମୋଦି ଓ ସିଏମ୍‌ ଯୋଗୀଙ୍କୁ ଜୀବନରୁ ମାରିଦେବାକୁ ଧମକ, ଜେଲ୍‌ ଗଲେ ଅଭିଯୁକ୍ତ

ୟୁପିର ଲଖିମପୁର ଖେରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ପୋଲିସ ଏହି ମାମଲାରେ ଧମକ ଦେଇଥିବା ବ୍ୟକ୍ତିଙ୍କୁ ଗିରଫ କରିଛି ।

ୟୁପିର ଲଖିମପୁର ଖେରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ପୋଲିସ ଏହି ମାମଲାରେ ଧମକ ଦେଇଥିବା ବ୍ୟକ୍ତିଙ୍କୁ ଗିରଫ କରିଛି ।

ଅତିରିକ୍ତ ପୋଲିସ ଅଧୀକ୍ଷକ ନୈପାଲ ସିଂଙ୍କ ସୂଚନା ମୁତାବକ, ଲଖିମ୍‌ପୁର ଖେରୀ ଜିଲ୍ଲା ହାଇଦ୍ରାବାଦ ଥାନା ଅଧୀନରେ ରହୁଥିବା ଜଣେ ବ୍ୟକ୍ତି ଡାଏଲ ୧୧୨କୁ କଲ୍‌ କରିଥିଲେ । ସେ ପିଏମ୍‌ ମୋଦି ଏବଂ ୟୁପି ସିଏମ୍‌ ଯୋଗୀଙ୍କୁ ମାରିଦେବାକୁ ଧମକ ଦେଇଥିଲେ ।

ଏପରି ଧମକପୂର୍ଣ୍ଣ କଲ୍ ମିଳିବା ମାତ୍ରେ ପୋଲିସ ବିଭାଗରେ ଆତଙ୍କ ଖେଳିଯାଇଥିଲା । ପରେ ଡାଏଲ ୧୧୨ର ଟିମ୍ ହାଇଦ୍ରାବାଦ ପୋଲିସକୁ ଏହି ସୂଚନା ଦେଇଥିଲା । ପୋଲିସ ସମସ୍ତ ସୂଚନା ଆଧାରରେ ଧମକ ଦେଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିଥିଲା । ସେ ବୁଧେଲି ନାନକାର ଗାଁର ଶିବକୁମାର ବୋଲି ଜଣାପଡ଼ିଥିଲା । ପରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା ।

ହାଇଦ୍ରାବାଦ ଥାନାର ଚୌକିଦାର ରାଜେଶ ଏ ନେଇ ଏକ ଅଭିଯୋଗ ଦାଖଲ କରିଥିଲେ । ଏହି ଅଭିଯୋଗ ଆଧାରରେ ଏଫ୍‌ଆଇଆର୍‌ ପଞ୍ଜିକୃତ ହୋଇଥିଲା । ପୋଲିସ ଏହି ମାମଲାରେ ଅଭିଯୁକ୍ତଙ୍କୁ ଜେଲ ପଠାଇ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.