କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ଘଟଣା: ୮ ଟ୍ରେନ୍‌ ବାତିଲ, ୧୨ଟିର ମାର୍ଗ ପରିବର୍ତ୍ତନ

ଯାଜପୁର ରୋଡ୍(କେନ୍ୟୁଜ୍): ଯାଜପୁର ଜିଲ୍ଲା କୋରେଇ ରେଳ ଷ୍ଟେସନରେ ଏହି ଦୁର୍ଘଟଣା ହେବା ପରେ ସେହି ରୁଟ୍‌ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହି ରୁଟ୍‌ ଦେଇ ଯିବାକୁ ଥିବା ୮ଟି ଟ୍ରେନ୍‌କୁ ବାତିଲ କରାଯାଇଛି। ୧୨ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି। ଏହା ସହିତ ୫ଟି ଟ୍ରେନ୍‌କୁ ଆଂଶିକ ବାତିଲ କରାଯାଇଥିବା ପୂର୍ବତଟ ରେଲୱେ ମୁଖ୍ୟ ଜନ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।

ଏହାସହ  କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହେବା ପରେ ରେଷ୍ଟୋରେସନ୍ ପାଇଁ ପ୍ରାୟ ୧୨ ଘଣ୍ଟା ସମୟ ଲାଗିବ। ସମ୍ବଲପୁର ରୁଟ୍ ଦେଇ ଟ୍ରେନ୍ ଚଳାଚଳ ବ୍ୟବସ୍ଥା କରାଯାଉଛି ବୋଲି ପୂର୍ବତଟ ରେଲୱେ ମୁଖ୍ୟ ଜନ ସମ୍ପର୍କ ଅଧିକାରୀ କହିଛନ୍ତି।

ତେବେ ଆଜି ବାତିଲ ହୋଇଥିବା ଟ୍ରେନ୍ ଗୁଡ଼ିକ ବିଷୟରେ ଜାଣନ୍ତୁ:
-ହାୱାଡ଼ା-ଭୁବନେଶ୍ୱର ଜନ ଶତାଦ୍ଦୀ ଏକ୍ସପ୍ରେସ
-ହାୱାଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ
-ସାଲିମାର-ପୁରୀ ଓ ପୁରୀ-ସାଲିମାର ଏକ୍ସପ୍ରେସ
-ସାଲିମାର-ହାଇଦ୍ରାବାଦ୍ ଏକ୍ସପ୍ରେସ
-କଟକ-ଭଦ୍ରକ-କଟକ ପାସେଞ୍ଜର ସ୍ପେଶାଲ
-ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ
-ଭୁବନେଶ୍ୱର- ବାଲେଶ୍ୱର ପାସେଞ୍ଜର ସ୍ପେଶାଲ

 

ସେହିପରି ମାର୍ଗ ପରିବର୍ତ୍ତନ କରାଯାଇଥିବା ଟ୍ରେନ୍‌ ଗୁଡ଼ିକ ହେଉଛି:

-ହାଇଦ୍ରାବାଦ-ସାଲିମାର ଇଷ୍ଟକୋଷ୍ଟ ଏକ୍ସପ୍ରେସ

-ପୁରୀ-ରିଷିକେଶ କଳିଙ୍ଗ ଏକ୍ସପ୍ରେସ

-ବାଙ୍ଗାଲୋର-ସାନ୍ତ୍ରାଗାଚି ଏକ୍ସପ୍ରେସ୍

-ତ୍ରିବେନ୍ଦ୍ରମ୍-ସାଲିମାର ଏକ୍ସପ୍ରେସ୍

-ସିକନ୍ଦରାବାଦ-ହାଓ୍ୱଡା

-ତିରୁପତି-ହାଓ୍ୱଡା ଏକ୍ସପ୍ରେସ

-ବାଙ୍ଗାଲୋର-ହାଓ୍ୱଡା ଦୁରୋନ୍ତୋ ଏକ୍ସପ୍ରେସ

-ବାଙ୍ଗାଲୋର-ହାଓ୍ୱଡା ଏକ୍ସପ୍ରେସ

-ବାଙ୍ଗାଲୋର-ଯଶିଦିହ ଏକ୍ସପ୍ରେସ

-ଚେନ୍ନାଇ-ସାନ୍ତ୍ରାଗାଚି ଏକ୍ସପ୍ରେସ

-ଭୁବନେଶ୍ୱର -ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ

-ପୁରୀ-ଆନନ୍ଦ ବିହାର ନନ୍ଦନକାନନ ଏକ୍ସପ୍ରେସ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.