ବାତ୍ୟା ୟସକୁ ଦୃଷ୍ଟିରେ ରଖି ଗାଡି ଚଳାଚଳ କଟକଣାକୁ ଆଉ ଏକ ଘଣ୍ଟା ବୃଦ୍ଧି କଲା ପ୍ରଶାସନ, ଚଣ୍ଡିଖୋଲ ଛକରେ ଅଟକି ରହିଛି ଅନେକ ଯାନ

ଯାଜପୁର: ଗାଡି ଚଳାଚଳ କଟକଣାକୁ ଆଉ ଏକ ଘଂଟା ବଢ଼ାଇଲା ଜିଲ୍ଲା ପ୍ରଶାସନ। ବାତ୍ୟା ୟସକୁ ଦୃଷ୍ଟିରେ ରଖି ଗତକାଲି ରାତି ୧୨ଟା ଠାରୁ ଆଜି ଦିନ ୧୨ଟା ପର୍ଯ୍ୟନ୍ତ ଗାଡି ଚଳାଚଳ ଉପରେ କଟକଣା ଜାରି କରିଥିଲା ଜିଲ୍ଲା ପ୍ରଶାସନ। ତେବେ ବାତ୍ୟାର ପ୍ରଭାବ ଥିବାରୁ ଏହାକୁ ଆଉ ଏକ ଘଣ୍ଟା ଅର୍ଥାତ ଦିନ ୧ଟା ପର୍ଯ୍ୟନ୍ତ କଟକଣାକୁ ବୃଦ୍ଧି କରାଯାଇଛି।

ଜରୁରୀ ସେବାରେ ନିୟୋଜିତ ଗାଡିକୁ ବାଦ ଦିଆଯାଇ ଚଣ୍ଡିଖୋଲ ଠାରୁ ୧୬ ନଂ ଜାତୀୟ ରାଜପଥ ଦେଇ ବାଲେଶ୍ବର ଆଡ଼କୁ କୌଣସି ଗାଡିକୁ ଛଡା ଯାଉନାହିଁ। ଫଳରେ ଚଣ୍ଡିଖୋଲ ଛକରେ ଅନେକ ଗାଡି ଅଟକି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.