ପାଦେ ପାଦେ ଭୟ : କେତେବେଳେ ବୋମା ଫୁଟୁଛି ତ କେତେବେଳେ ଗର୍ଜୁଛି ବନ୍ଧୁକ

କନ୍ଧମାଳ : ଆତଙ୍କରେ ଆଦିବାସୀ । ପୋଲିସ ଓ ମାଓବାଦୀଙ୍କ ବନ୍ଧୁକ ଗର୍ଜନ ଭିତରେ ବିପନ୍ନ ହେଉଛି ନିରିହ ଆଦିବାସୀଙ୍କ ଜବୀନ । ବଣ ପାହାଡ ଘେରା କନ୍ଧମାଳ ଜିଲ୍ଲାର ସୁଡ୍ରୁକୁମ୍ପା ଓ ଗାଡଙ୍ଗି ଜଙ୍ଗଲ ମାଓବାଦୀଙ୍କ ଆଡା ସ୍ଥଳୀ ପାଲଟିଛି । ଅନେକ ସମୟରେ ଏଠି ଫୁଟୁଛି ଗୁଳି । ମୁହାଁମୁହିଁ ହେଉଛନ୍ତି ନକ୍ସଲ ଆଉ ଯବାନ । ଗୁଳିଗୋଳାର ଶବ୍ଦ ଭିତରେ ଭୟଭିତ ଅବସ୍ଥାରେ ଦିନ କାଟୁଛନ୍ତି ନିରୀହ ଆଦିବାସୀ । ପାଦେପାଦେ ମୃତ୍ୟୁର ଭୟରେ ଅନେକ ସମୟରେ ଉଜାଗର ରହନ୍ତି ଜଂଗଲର ଏହି ଆଦିମ ଅଧିବାସୀ ।

୩ମାସ ପୂର୍ବରୁ ଏଠାରେ କ୍ୟାମ୍ପ କରିଥିଲେ ମାଓବାଦୀ । ଅତର୍କିତ ଚଢଉ କରି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିଲା ସୁରକ୍ଷା ବଳ । ଗତ ମେ ମାସରେ ଗାଡଙ୍ଗି ଜଙ୍ଗଲରେ ପୋଲିସ ଏନକାଉଣ୍ଟରରେ ୫ ନକ୍ସଲ ନିହତ ହୋଇଥିଲେ । ଆଦିବାସୀଙ୍କ ଛାତି ଥରାଇ ଦେଇଛି ପୋଲିସ-ମାଓବାଦୀଙ୍କ ଏହି ଖଣ୍ଡଯୁଦ୍ଧ । ତେବେ କନ୍ଧମାଳକୁ ଖୁବ ଶୀଘ୍ର ନକ୍ସଲ ମୁକ୍ତ କରାଯିବ ବୋଲି କହିଛନ୍ତି ଆରକ୍ଷୀ ଅଧୀକ୍ଷକ ।

ଜଂଗଲ ଉପରେ ଆଦିବାସୀଙ୍କର ପ୍ରଥମ ଅଧିକାର । ହେଲେ ମାଓ-ପୋଲିସର ଛକାପଂଝା ଭିତରେ ଜୀବନକୁ ପାଣି ଛଡାଇ ବଞ୍ଚିଛନ୍ତି ଆଦିବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.