Below header

ଛତିଶଗଡ଼ ପୋଲିସକୁ ବଡ଼ ସଫଳତା, ଏନକାଉଣ୍ଟରରେ ଗଡାଇଲା ୭ ମାଓବାଦୀଙ୍କ ମୁଣ୍ଡ

ମାଓବାଦୀଙ୍କ ସହିଦ ସପ୍ତାହ ପୂର୍ବର ଛତିଶଗଡ଼ ପୋଲିସକୁ ବଡ଼ ସଫଳତା। ଏନକାଉଣ୍ଟରରେ ଗଡ଼ିଲା ୭ ମାଓବାଦୀଙ୍କ ମୁଣ୍ଡ। ୩ ଜଣଙ୍କୁ ଗିରଫ କରାଯାଇଛ।ମାଲକାନଗିରି ସୀମାନ୍ତ ଛତିଶଗଡ଼ ବସ୍ତର ଜିଲ୍ଲାର ତିରିୟାମାଚକଟ ଜଙ୍ଗଲରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ଖବର ପାଇ ଚଢ଼ାଉ କରିଥିଲା ପୋଲିସ। ସୁରକ୍ଷାବାହିନୀକୁ ଦେଖି ଗୁଳି ଚଳାଇଥିଲା ଲାଲବାହିନୀ। ପାଲଟା ହମଲାରେ ୭ ମାଓବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ୩ ଜଣ ନକ୍ସଲଙ୍କୁ ଗିରଫ କରାଯାଇଥିବା ବେଳେ ଜବତ ହୋଇଛି ବିପୁଳ ପରିମାଣର ବିସ୍ଫୋରକ ସମେତ ଗୋଟିଏ ଇନସାସ ରାଇଫଲ୍‌ ସମେତ ୪ଟି ବନ୍ଧୁକ। ଡିଆରଜି ଓ ଏସଟିଏଫର ମିଳିତ ଅପରେସନ୍‌ରେ ଏହି ସଫଳତା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.