ମାଲାକାନଗିରି ରାମଗୁଡ଼ାରେ ମାଓବାଦୀଙ୍କ ଓ୍ଵାର ରୁମ୍ : ପୋଲିସକୁ ଟାର୍ଗେଟ୍ ପାଇଁ ଚାଲିଥିଲା ଯୋଜନା, ବିଭିନ୍ନ ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଓବାଦୀଙ୍କ ଓ୍ଵାର ରୁମ୍ । ପୋଲିସକୁ ଟାର୍ଗେଟ୍ ପାଇଁ ଚାଲିଥିଲା ଯୋଜନା। ଏକ ନାଲି କୋଠାକୁ ଓ୍ଵାର ରୁମ ଭାବେ ବ୍ୟବହାର କରୁଥିଲେ ମାଓବାଦୀ । ଯେଉଁଠି ମାଓବାଦୀଙ୍କ ସବୁ ଋଣନୀତି ପ୍ରସ୍ତୁତ ହେଉଥିଲା । ପୋଲିସ ଠାରୁ ସୁରକ୍ଷା ପାଇବା ପାଇଁ ୱାର୍ ରୁମ ଚାରିପଟେ ଲୁହା ତାର ବାଟ ଘେରା ଯାଇଛି । ନାଲି କୋଠାକୁ ସହିଦ ସାଥୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ମାଲକାନଗିରି ରାମଗୁଡା ସହିଦ ଗୃହ ବୋଲି ମାଓବାଦୀ ନାମକରଣ କରିଛନ୍ତି । ଏହି ନାଲି କୋଠାରେ ମାଓବାଦୀ ସମସ୍ତ ବୈଠକ କରୁଥିଲେ ।
କିଭଳି ପୋଲିସଙ୍କୁ ଟାର୍ଗେଟ କରାଯିବ, ନିରୀହ ଲୋକଙ୍କୁ କିଭଳି ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ ସବୁ ପ୍ଳାନିଂ ହେଉଥିଲା ଏହି ରୁମ୍ରେ । ଅନେକ ଟପ୍ କ୍ୟାଡର ଆନ୍ଧ୍ର-ଓଡ଼ିଶାର ମାଓବାଦୀଙ୍କ ଫଟୋ ରହିଛି ଏଠାରେ । ପୁରସ୍କୃତ ହୋଇଥିବା କପ୍, ଫଟୋ ସବୁଛିକି ସାଇତି ରଖାଯାଇଛି । ପୋଲିସ ଏ ସବୁକୁ ଜବତ କରିଛି । ଯାହା ଆଗକୁ ମାଓବାଦୀଙ୍କୁ ମାତ୍ ଦେବାକୁ ସହାୟକ ହେବ । ଏନେଇ ଅଧିକ ସୂଚନା ଦେଉଛନ୍ତି ଆମ ମାଲକାନଗିରି ରିପୋର୍ଟର ପ୍ରସାଦ ନାୟକ ।