ଆସନ୍ତା ୨୧ରୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ, ୧୦ ହଜାରରୁ ଅଧିକ ଶକ୍ଷକ ଶିକ୍ଷୟିତ୍ରୀ ହେବେ ନିୟୋଜିତ

କଟକ(କେନ୍ୟୁଜ୍):  ଆସନ୍ତା ୨୧ରୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ । ରାଜ୍ୟର ୫୮ ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ । ୧୦ ହଜାରରୁ ଅଧିକ ଶକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହେବେ । ୨୦ ତାରିଖ ସକାଳ ୧୦ଟା ରେ ମୂଲ୍ୟାୟନ କେନ୍ଦ୍ରରେ ସମସ୍ତ ମୂଲ୍ୟାୟନକାରୀ ପହଞ୍ଚିବାକୁ ନିର୍ଦ୍ଦେଶ ରହିଛି ।

ଖାତା ଦେଖା କାମରେ ୪୮୧ ଜଣ ମୁଖ୍ୟ ମୂଲ୍ୟାୟନକାରୀ, ୯୦୦ ଜଣ ଡେପୁଟି ମୁଖ୍ୟ ମୂଲ୍ୟାୟନକାରୀ, ୮ ହଜର ୯୧୯ ସହକାରୀ ମୂଲ୍ୟାୟନକାରୀ ଓ ୯୩୦ ଜଣ ସ୍କ୍ରୁଟିନାଇଜର ନିୟୋଜିତ ହେବେ । ୧୦ରୁ ୧୨ ଦିନ ପର୍ଯ୍ୟନ୍ତ ଖାତାଦେଖା କାମ ଚାଲିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.