ମାଲକାନଗିରିରେ୧୦୮ OMR ସିଟ୍ ଗାଏବ ଘଟଣା , ପରୀକ୍ଷା କେନ୍ଦ୍ର ଅଧୀକ୍ଷକ ଓ ଉପ-ଅଧୀକ୍ଷକ ନିଲମ୍ବିତ

ମାଲକାନଗିରି(କେନ୍ୟୁଜ୍) : ମାଲକାନଗିରି ପଡ଼ିଆବ୍ଲକ SSD ହାଇସ୍କୁଲରୁ ମାଟ୍ରିକ ଗଣିତ ପରୀକ୍ଷା ଓଏମଆର ସିଟ୍ ଗାଏବ ମାମାଲାରେ କାର୍ଯ୍ୟନୁଷ୍ଠାନ। ପରୀକ୍ଷା କେନ୍ଦ୍ର ଅଧୀକ୍ଷକ ଓ ଉପ-ଅଧୀକ୍ଷକ ନିଲମ୍ବିତ। ଜିଲ୍ଲାପାଳ ଶତୃଘ୍ନ ସ୍ୱାଇଁ ଦୁଇ ଜଣଙ୍କୁ ନିଲମ୍ବନ କରିଛନ୍ତି। ବିଇଓଙ୍କ ସମେତ ୫ଜଣଙ୍କୁ ଗିରଫ କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକ୍ରମେ ଏହି ଦୁଇ ଜଣଙ୍କ ନାଁରେ ଏତଲା ଦିଆଯାଇଥିଲା। ଦୁଇ ଦିନ ତଳେ ପଡିଆ ଏସ୍ଏସ୍ଡି ହାଇସ୍କୁଲ ପରୀକ୍ଷା କେନ୍ଦ୍ରରୁ ଗଣିତର ୧୦୮ଟି ଓଏମ୍ଆର୍ ସିଟି ଗାଏବ ହୋଇଯାଇଥିଲା। ଶନିବାର ସେହି ସ୍କୁଲର ୧୦୮ ପିଲା ପରୀକ୍ଷା ଦେଇଥିଲେ। କିନ୍ତୁ ରବିବାର ସକାଳେ ଓଏମ୍ଆର୍ ସିଟ୍ ମିଳିନଥିଲା। ସେପଟେ ଓଏମ୍ଆର୍ ସିଟ୍ ଗାଏବ ପରେ ୧୦୮ ପରୀକ୍ଷାର୍ଥୀଙ୍କ ଭାଗ୍ୟ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।