ଚଳିବନି ଦେହ ଖରାପ ବାହାନା ! ନିର୍ବାଚନରେ ନିଯୁକ୍ତ ଅଫିସରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି ଡାକ୍ତର, ମିଛ କହିଲେ କାର୍ଯ୍ୟାନୁଷ୍ଠାନ

ଯାଜପୁର ଟାଉନ୍‌ (କେ ନ୍ୟୁଜ୍‌) : ମହଙ୍ଗା ପଡିଲା ମିଛ । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ନିର୍ବାଚନ ପରିଚାଳନା କରିପାରିବେ ନାହିଁ ବୋଲି ଆବେଦନ କରିଥିଲେ ୧୨୧ ଜଣ ପୁଲିଂ ଅଫିସର । ଏହି ସଂଖ୍ୟା ଅଧିକ ହେବାରୁ ଏହି ଆବେଦନ ପାଇବା ପରେ ଏକ ମେଡିକାଲ ବୋର୍ଡ ଗଠନ କରି ଆବେଦନକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିଲେ ଯାଜପୁର ଜିଲ୍ଲାପାଳ । ଯାହା ଫଳରେ ସାମ୍ନାକୁ ଆସିଯାଇଛି ସତ । ୧୨୧ ଆବେଦନକାରୀଙ୍କ ମଧ୍ୟରୁ ୩୬ଜଣଙ୍କୁ ସ୍ୱାସ୍ଥ୍ୟ ଗତ କାରଣରୁ ନିର୍ବାଚନ କାର୍ଯ୍ୟରୁ ଅବ୍ୟାହତ ଦିଆଯାଇଛି ।

କିନ୍ତୁ ବାକି ୮୫ ଜଣଙ୍କର କୌଣସି ସମସ୍ୟା ନାହିଁ ବୋର୍ଡ଼ ଜିଲ୍ଲାପାଳ ଙ୍କୁ ରିପୋର୍ଟ ଦେଇଛି ମେଡ଼ିକାଲ ବୋର୍ଡ଼ । ସେମାନେ ନିର୍ବାଚନ କାର‌୍ୟ୍ୟ ପରିଚାଳନା କରିପାରିବେ । ତେବେ ମିଥ୍ୟା ସ୍ୱାସ୍ଥ୍ୟ ଗତ ପ୍ରମାଣ ପତ୍ର ଦେବା ଅଭିଯୋଗରେ ସେମାନଙ୍କ ବିରୋଧରେ କାର‌୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କହିଛନ୍ତି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ରଂଜନ କୁମାର ଦାସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.