ଟ୍ବିନ ସିଟିରେ ପ୍ରବଳ ବର୍ଷା, ୨୭ ଯାଏଁ ପାଣିପାଗ ବିଭାଗ ପକ୍ଷରୁ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

କେନ୍ୟୁଜ୍(ବ୍ୟୁରୋ):  ଟ୍ବିନ ସିଟିରେ ପ୍ରବଳ ବର୍ଷା।  ଘଡଘଡି ସହ ମୂଷଳ ଧାରାରେ ବର୍ଷା ହୋଇ ବେହାଲ ହେଲା ରାଜଧାନୀ ଭୁବନେଶ୍ବର ଓ କଟକ ସହର। ଲଘୁଚାପର ରୂପ ନେଇଛି ଘୂର୍ଣ୍ଣିବଳୟ । ଆଉ ଏହାର ପ୍ରଭାବରେ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଅନ୍ୟ ଜିଲ୍ଲାରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୨୭ ଯାଏଁ ପାଣିପାଗ ବିଭାଗ ପକ୍ଷରୁ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।। ଲଘୁଚାପ ପ୍ରଭାବରେ ୩ ଦିନ ବର୍ଷା ଲାଗି ରହିବ । କଟକ, ଭୁବନେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଖୋର୍ଦ୍ଧା, ପୁରୀ, କୋରାପୁଟ, ମାଲକାନଗିରି, ବାଲେଶ୍ୱର, କନ୍ଧମାଳ, ଯାଜପୁର, ମୟୂରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାରେ ଲଘୁଚାପ ପ୍ରଭାବରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ।

ଆଇଏମଡି ବୁଲେଟିନ ମୁତାବକ ଏହି ଲଘୁଚାପ ପ୍ରଭାବରେ ଆସନ୍ତା ୨୩ ରୁ ୨୫ ତାରିଖ ପର୍ୟ୍ୟନ୍ତ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟରକୁ ବୃଦ୍ଧି ପାଇପାରେ । ଲଘୁଚାପ ପ୍ରଭାବରେ ଆଗାମୀ କିଛି ଦିନ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ବିଭାଗ ପକ୍ଷରୁ ସତର୍କ କରାଇଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.