ଭୁବନେଶ୍ୱରରେ ଯେଉଁ ଜାଗାରେ ସଂକ୍ରମଣ ବଢିବ, ସେଠି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ କରାଯିବ: ସିବିକେ ମହାନ୍ତି

ଭୁବନେଶ୍ୱର( କେନ୍ଯୁଜ୍): ଭୁବନେଶ୍ୱରରେ ଯେଉଁ ଜାଗାରେ ସଂକ୍ରମଣ ବଢିବ, ସେଠି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ କରାଯିବ। ପୂର୍ବରୁ କିଛି ଜାଗାରେ ସଂକ୍ରମଣ କମିବା ପାଇଁ , ଲୋକମାନଙ୍କ ସହ ହିତ ଦୃଷ୍ଟିରୁ କଣ୍ଟେନମେଣ୍ଟ ଜୋନ୍‌ କରାଯାଇଥିଲା। ୭ ଦିନ ହେଲାଣି କରୋନା ସଂକ୍ରମଣ ଉପର ତଳ ହେଉଛି।

ମାତ୍ର କିଛି ଦିନ ହେଲାଣି କରୋନା ସଂକ୍ରମଣ ଭୁବନେଶ୍ୱରରେ ବଢିଛି। ସଂକ୍ରମଣ ବୃଦ୍ଧି ଲୋକମାନଙ୍କ ଚାଲିଚଳନ ଓ ଆଚରଣ ଉପରେ ନିର୍ଭର କରୁଛି। କରୋନା ସ୍ଥିତି ନେଇ ଡିଏମ୍‌ଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି।

ଅନ୍ଯପଟେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୮୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରୁ ୩୩୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୪୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୮୩ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୨ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.