ନବରାତ୍ରୀର ପ୍ରଥମ ଦିନ : ଆଜି ମାଆ ଶୈଳପୁତ୍ରୀ ରୂପରେ ଭକ୍ତଙ୍କୁ ଦେବେ ଦର୍ଶନ

ଜଗତଜନନୀ ମାଆ ଦୁର୍ଗା । ସେ ହେଉଛନ୍ତି ସୃଷ୍ଟିର ଆଦିଶକ୍ତି । ମଙ୍ଗଳମୟୀ ମା’ ହେଉଛନ୍ତି ମଙ୍ଗଳ କାର୍ଯ୍ୟର ସ୍ୱରୁପୀଣି । ସକଳ ଇଚ୍ଛା ପୂରଣ କାରିଣୀ । ସମସ୍ତ ଜୀବ ଜଗତ ସେଇ ମା’ର ଶରଣାର୍ଥୀ । ସ୍‌ୃଷ୍ଚିକର୍ତ୍ତା ପାଳନ କର୍ତ୍ତା ସଂହାର କର୍ତ୍ତା, ଅର୍ଥାତ ବ୍ରହ୍ମା ବିଷ୍ନୁ ମହେଶ୍ୱର ତ୍ରିଦେବଙ୍କ ତ୍ରୀଶକ୍ତିର ସମ୍ମିଳିତ ସ୍ୱରୁପ ହେଉଛନ୍ତି ମାଆ ଦୁର୍ଗା । ଧରାପୃଷ୍ଠରେ ମା’ ଦୁର୍ଗାଙ୍କ ଅବତରଣ ସୃଷ୍ଟିର ମଙ୍ଗଳ ପାଇଁ । ଦୁର୍ଗତମାନଙ୍କୁ ନାଶ କରିବାକୁ ତାଙ୍କ ଜନ୍ମ । ଆଉ ଦୁର୍ଗତ  ନାଶ କରି ସେ ହେଉଛନ୍ତି ଦୁର୍ଗତି ନାଶିନୀ ମା’ ଦୁର୍ଗା । ମା’ ଶକ୍ତିଙ୍କୁ ଉପାସନା କରିବାକୁ ହେଲେ ନିଜ ମନ ପ୍ରାଣ ଇନ୍ଦ୍ରିୟ ସବୁକୁ ତାଙ୍କ ନିକଟରେ ସମର୍ପଣ କରିବାକୁ ହୁଏ ।

ଆପଣ ଜାଣନ୍ତି ମା’ଙ୍କ ପୂଜା ବର୍ଷକୁ ଦୁଇ ଥର ହୋଇଥାଏ । ପ୍ରଥମ ଚୈତ୍ରମାସରେ ବାର୍ଷିକ ନବରାତ୍ର ଓ ଦ୍ୱିତୀୟଟି ଆଶ୍ୱିନ ମାସରେ । ଯାହାକୁ ଶାରଦୀୟ ନବରାତ୍ର କୁହାଯାଏ । ପ୍ରତିପଦଠାରୁ ନବମୀ ପର୍ଯ୍ୟନ୍ତ ନଅଦିନ ଧରି ନଅଟି ବେଶରେ ପୂଜା ପାଆନ୍ତି ମାଆ । ଆଉ ୯ଦିନ ଧରି ବ୍ରତ ପାଳନ କରାଯାଏ । ଶାସ୍ତ୍ର ଅନୁସାରେ ଏହି ସମୟରେ ମାଆଙ୍କ ଆରାଧନା, ସଂକଳ୍ପ, ସାଧନା ଓ ସିଦ୍ଧିର ଦିବ୍ୟ ସମୟ ଅଟେ ।

durga mata
pc: utsavpedia

 

ହିନ୍ଦୁ ଧର୍ମରେ ମାତୃଶକ୍ତି ସର୍ବଶକ୍ତିର ଆଧାର । ଆଉ ଏଥିପାଇଁ ସମଗ୍ର ଭାରତରେ ଏହି ପୂଜା ପାଳନ କରାଯାଏ । ମାଆ ପରଂବ୍ରହ୍ମ ସ୍ୱରୁପୀ ହୋଇ ସର୍ବତ୍ର ପୂଜା ପାଉଛନ୍ତି । ହିନ୍ଦୁଧର୍ମରେ ଏହି ପୂଜା ସର୍ବଶ୍ରେଷ୍ଠ ଭାବରେ ପାଳିତ ହୁଏ । ମା’ଙ୍କୁ ଉପାସନା କରନ୍ତି କୋଟି କୋଟି ଭକ୍ତ । ଆଉ ମାଆ ଶକ୍ତିଙ୍କୁ ଉପାସନା କରୁଥିବା ଭକ୍ତଙ୍କୁ ଶାକ୍ତ କୁହାଯାଏ । ଆଦିଶକ୍ତିଙ୍କ ପ୍ରଥମ ସ୍ୱରୁପ ଶୈଳପୁତ୍ରୀ ମାତାଙ୍କଠୁ ନବରାତ୍ର ଆରମ୍ଭ ହୁଏ । ପ୍ରଥମ ଦିନ ମାତାଙ୍କ ପ୍ରଥମ ସ୍ୱରୂପ ହେଉଛି ଶୈଳପୁତ୍ରୀ । ମାଙ୍କୁ ଉପାସନା କଲେ ସମସ୍ତ ମନକାମନା ପୂର୍ଣ୍ଣ ହୁଏ । ମାଙ୍କୁ ପୂଜା କରିବା ବେଳେ କମଳା ରଙ୍ଗ ପିନ୍ଧିବା ଦ୍ୱାରା କରୁଣା ଲାଭ ହୁଏ ।

 

durga mataaaaa first
pc : youtube

 

ପର୍ବତକୁ ଶୈଳ କୁହାଯାଏ ଓ ପର୍ବତରାଜା ହିମାଳୟଙ୍କ କନ୍ୟା ରୂପରେ ଜନ୍ମ ନେଇଥିବାରୁ ମାଆଙ୍କର ନାମ ଶୈଳପୁତ୍ରୀ ଅଟେ । ଆଉ ଏହି ରୂପରେ ନବରାତ୍ରର ପ୍ରଥମ ଦିନରେ ପୂଜା ପାଆନ୍ତି ମାତା । ଏହିରୂପରେ ପୂଜା କରିବା ଦ୍ୱାରା ମା ଆମକୁ ସହିବାର ଶକ୍ତି ଦେଇଥାନ୍ତି । ମାତା ଶୈଳପୁତ୍ରୀଙ୍କ ଅନ୍ୟ ନାମ ମଧ୍ୟ ପାର୍ବତୀ ଅଟେ । ମାତା ସତୀ ଭାବେ ମଧ୍ୟ ତାଙ୍କୁ ପୂଜା କରାଯାଏ । ଏହି ଦିନ ଭକ୍ତ ଓ ସାଧକ ନିଜ ମନକୁ ମୂଳାଧାର ଚକ୍ରରେ ଅବସ୍ଥାନ କରି ଉପାସନା କରନ୍ତି । ମା ହେଉଛନ୍ତି ସ୍ନେହୀ ଅବତାର ।

ପୌରାଣିକ କଥା ଅନୁଯାୟୀ ଥରେ ପ୍ରଜାପତି ଦକ୍ଷ ଯଜ୍ଞ କରିବାକୁ ଚାହିଁଲେ । ଆଉ ଏଥିପାଇଁ ତାଙ୍କୁ ସବୁ ଦେବା ଦେବୀଙ୍କୁ ନିମନ୍ତ୍ରଣ କରିବାକୁ ପଡିଲା । କିନ୍ତୁ ଭଗବାନ ଶିବଙ୍କୁ ନିମନ୍ତ୍ରଣ କଲେ ନାହିଁ । ଏପଟେ ମାତା ସତୀ ଜାଣିଥିଲେ କି ଭଗବାନ ଶିବଙ୍କୁ ନିମନ୍ତ୍ରଣ ନିଶ୍ଚୟ ଆସିବ । ହେଲେ ତାହା ହେଲା ନାହିଁ । ମାତା ସତୀ ଯଜ୍ଞରେ ଯିବାକୁ ବେଶ ଆଗ୍ରହୀ ଥିଲେ ।

ତେଣୁ ଭଗବାନ କହିଲେ ଯଜ୍ଞରେ ଯିବା ଉଚିତ ହେବ ନାହିଁ ଯେହେତୁ ତାଙ୍କୁ କୌଣସି ନିମନ୍ତ୍ରଣ ଆସି ନାହିଁ । ଦେବୀ ସତୀ ମାନିଲେ ନାହିଁ ଓ ବାରମ୍ବାର ସେକଥା କହିବାକୁ ଲାଗିଲେ । ତେଣୁ ତାଙ୍କ କଥା ମାନି ଭଗବାନ ରାଜି ହେଲେ ଓ ଅନୁମତି ଦେଲେ । ବଡକଥା ଏଇଆ ହେଲା ଯେ ଯେତେବେଳେ ଯଜ୍ଞରେ ପହଞ୍ଚିଲେ, ସମସ୍ତେ ତାଙ୍କୁ ତିରସ୍କାର କଲେ । ପରିବାରରେ ଦେବୀ ସତୀଙ୍କ ମାଆଙ୍କ ବ୍ୟତୀତ ଅନ୍ୟମାନେ ମଧ୍ୟ ଭଗବାନ ଶିବଙ୍କୁ ଉପହାସ କଲେ । ଏମିତିକି ମାତା ସତୀଙ୍କ ପିତା, ନିଜେ ରାଜା ଦକ୍ଷ ମଧ୍ୟ ଅପମାନିତ କରିବାକୁ ପଛେଇଲେ ନାହିଁ । ଆଉ ସ୍ୱାମୀଙ୍କର ଅପମାନ ମାତା ସତୀଙ୍କୁ ସହ୍ୟ ହେଲା ନାହିଁ । ମାଆ ସତୀ ଏଭଳି ଏକ ପଦକ୍ଷେପ ନେଲେ ଯାହା ପିତା ଦକ୍ଷ ମଧ୍ୟ କଳ୍ପନା କରିନଥିଲେ । ସେହି ଯଜ୍ଞକୁଣ୍ଡରେ ନିଜର ପ୍ରାଣତ୍ୟାଗ କଲେ ।

 

durga mataaaaa
pc: lollon top

 

ଏ ସମସ୍ତ କଥା ଭଗବାନ ଶିବ ଜାଣିବା ପରେ ଦୁଖ ଓ ରାଗରେ ଯଜ୍ଞକୁଣ୍ଡକୁ ଭସ୍ମ କରିଦେଲେ । ପରେ ସତୀଙ୍କ ମୃତ ଶରୀର ଧରି ବୁଲିବା ବେଳେ ତାଙ୍କର ଖଣ୍ଡ ବିଖଣ୍ଡିତ ଅଙ୍ଗ ପୃଥିବୀ ପୃଷ୍ଠରେ ଯେଉଁଠି ପଡିଲା ସେଠାରେ ହେଲା ଗୋଟିଏ ଗିତିଏ ଶକ୍ତି ପୀଠ । ଆଉ ଏସବୁ ପରେ ମାତା ସତୀ ହିମାଳୟଙ୍କ କନ୍ୟା ରୂପେ ଜନ୍ମ ନେଲେ। ତେଣୁ ତାଙ୍କ ନାମ ଶୈଳପୁତ୍ରୀ ରଖାଗଲା। ଏ ଥିଲା ମା’ ଶୈଳପୁତ୍ରୀଙ୍କ ଜନ୍ମକଥା ।

 

durga mataaaaa first day
pc: india.com

 

ମାଆଙ୍କୁ ବିଧିବିଧାନ ସହ ଆରାଧନା କରିବା ଦ୍ୱାରା ଅପାର କରୁଣା ଲାଭ ହୁଏ । ଆରାଧନା ପାଇଁ ସ୍ଥାନକୁ ଧୋଇ ମା’ଙ୍କୁ ସ୍ଥାପିତ କରିବାକୁ ପଡେ । କଳସ ସ୍ଥାପନ କରିବାକୁ ପଡେ । ମା’ଙ୍କୁ ସଜେଇ ଘିଅ ଦୀପ ଦ୍ୱାରା ପୂଜା କରାଯାଏ । ଭୋଗ ଲଗାଇ ସଂକଳ୍ପ କରି ମାଆଙ୍କ କଥା ପଢିବା ସହ ମନ୍ତ୍ର ପଢାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.