ଓଡ଼ିଶାରେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ ଗେଟସ, କୃଷି ସମୀକ୍ଷା କେନ୍ଦ୍ର ପରିଦର୍ଶନ କରିବେ

ଓଡ଼ିଶାରେ ବିଲ ଗେଟସ। ଭୁବନେଶ୍ବରରେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା । ଆଜି ସେ ଯିବେ ଓଡ଼ିଶା କୃଷି ଭବନ । କୃଷି ସମୀକ୍ଷା କେନ୍ଦ୍ର ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି।

ଭୁବନେଶ୍ବର : ଓଡ଼ିଶାରେ ବିଲ ଗେଟସ। ଭୁବନେଶ୍ବରରେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା । ଆଜି ସେ ଯିବେ ଓଡ଼ିଶା କୃଷି ଭବନ । କୃଷି ସମୀକ୍ଷା କେନ୍ଦ୍ର ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଓଡ଼ିଶାରେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଯେଉଁ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର ବା ଡିପିଆଇ ବ୍ୟବହାର କରାଯାଉଛି ତାକୁ ଦେଖିବେ ବିଲ ଟେଗସ।

ବିଲ୍ ଗେଟସଙ୍କ ଫୋକସରେ କୃଷି କ୍ଷେତ୍ରରେ ଆର୍ଟିଫିସିଲ ଇଣ୍ଟେଲିଜେନ୍ସର ବ୍ୟବହାର, ଜାଗା ମିଶନ ଓ ମୁକ୍ତା ଯୋଜନା ଏବଂ ମିଶନ ଶକ୍ତି । ଏଥିସହ ସେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବିଲ ଗେଟ୍ସ । ଓଡ଼ିଶା ଗସ୍ତ ପୂର୍ବରୁ ଡିଜିଟାଲ ସ୍ତମ୍ଭରେ ଓଡ଼ିଶା କୃଷି ମଡେଲକୁ ବେଶ ପ୍ରଶଂସା କରିଛନ୍ତି ବିଲ ଗେଟସ। ୨୦୧୭ ମସିହାରେ ବିଲ୍ ଏବଂ ମିଲିଣ୍ଡା ଗେଟସ ଫାଉଣ୍ଡେସନ ସହ ରାଜ୍ୟ ସରକାର ଚୁକ୍ତିନାମା କରିଥିଲେ। ଏହାଦ୍ବାରା ବୈଷୟିକ ପ୍ରଣାଳୀରେ କ୍ଷୁଦ୍ର ଚାଷୀଙ୍କର ଆୟ ବୃଦ୍ଧି ନେଇ ଯୋଜନା ହୋଇଥିଲା । ବିଲ୍ ଗେଟ୍ସ ଫାଉଣ୍ଡେସନ୍ ଏଥିପାଇଁ ବୈଷୟିକ ସହାୟତା ଯୋଗାଇ ଆସୁଛି ।

You might also like