ପୋଲିସ କବଜାରେ କୋଟିପତି ଲୁଟେରା : ଭୁବନେଶ୍ୱରରେ ୫ ଫ୍ଲାଟ, ସୋରୋ ଅଂଚଳରେ ୩ ମହଲା ଘର

କମିଶନରେଟ ପୋଲିସ କବଜାରେ ଲୁଟେରା ଗ୍ୟାଙ୍ଗ  । ଅଭିଯୁକ୍ତ ପର୍ଶୁରାମ ଗିରିକୁ ଗିରଫ କରିଛି କମିଶନରେଟ ପୋଲିସ । ତାଠାରୁ ୨୧ ଲକ୍ଷ ଟଙ୍କା ଜବତ କରିଛି ପୋଲିସ  । ତା ସହ ୭ କେଜି ରୂପା ଓ ୭ ଶହ ଗ୍ରାମ ସୁନା ଜବତ କରିଛି ପୋଲିସ  ।

ଭୁବନେଶ୍ୱର : କମିଶନରେଟ ପୋଲିସ କବଜାରେ ଲୁଟେରା ଗ୍ୟାଙ୍ଗ  । ଅଭିଯୁକ୍ତ ପର୍ଶୁରାମ ଗିରିକୁ ଗିରଫ କରିଛି କମିଶନରେଟ ପୋଲିସ । ତାଠାରୁ ୨୧ ଲକ୍ଷ ଟଙ୍କା ଜବତ କରିଛି ପୋଲିସ  । ତା ସହ ୭ କେଜି ରୂପା ଓ ୭ ଶହ ଗ୍ରାମ ସୁନା ଜବତ କରିଛି ପୋଲିସ  । ତାଲା ପଡ଼ିଥିବା ଘରକୁ ଟାର୍ଗେଟ କରୁଥିଲେ ଲୁଟେରା । ବ୍ଲକିଂ ଚେକିଂବେଳେ ପର୍ଶୁରାମକୁ ଗିରଫ କରିଛି ପୋଲିସ  ।

ଲୁଟ୍ ବେଳର ସିସିଟିଭି ଫୁଟେଜ୍ ଜାରି କରିଛି କମିଶନରେଟ ପୋଲିସ   । ଜଗନ୍ନାଥ ନଗର ଓ ପ୍ରାଚୀ ବିହାରରୁ ଲୁଟ ବେଳର ଦୃଶ୍ୟ  । ସେପଟେ ଅଭିଯୁକ୍ତକୁ ଧରିବା ପରେ କ୍ରାଇମ ସିନ ରିକ୍ରିଏସନ କରିଛି ପୋଲିସ  । ଲୁଟେରା ଝରକା ତାଡି ଟଙ୍କା ଲୁଟୁଥିଲା  । ନବମ ପାସ ପର୍ଶୁରାମ ଲୁଟ ଟଙ୍କାରେ ବିଳାସ ପୂର୍ଣ୍ଣ ଜୀବନ ବିତାଉଥିବା ଜଣାପଡ଼ିଛି ।

ଲୁଟ ଟଙ୍କାରେ ସେଭେନ ଷ୍ଟାର ହୋଟେଲରେ ରାତି ବିତାଉଥିଲା  । ବାର ପବ୍ ରେ ଟଙ୍କା ଉଡାଉଥିଲା  । ୫୦ ରୁ ଉର୍ଦ୍ଧ କେସରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ପର୍ଶୁରାମ ଗିରିର ଘର ବାଲେଶ୍ଵର ଜିଲ୍ଲା ସୋରରେ  । ଭୁବନେଶ୍ୱରର ବଡ଼ଗଡ଼, ପାହାଳ, ମଞ୍ଚେଶ୍ୱର, ଲିଙ୍ଗରାଜ, ଶହୀଦନଗର ଥାନାରେ ଅଭିଯୁକ୍ତ ନାଁ ରେ ୨୧ ଟି କେସ ରହିଛି । ଲୁଟ ଟଙ୍କାରେ ଅଭିଯୁକ୍ତ ଜଣଙ୍କ ଗୋଆ, ମୁମ୍ବାଇ, କୋଲକାତା ବୁଲୁଥିଲା  । ଭୁବନେଶ୍ୱର ବଡ଼ଗଡ଼ ରେ ୫ ଟି ଫ୍ଲାଟ କରି ଭଡାରେ ଦେଇଥିଲା ଲୁଟେରା  । ନିଜ ଗାଁ ସୋରରେ ମଧ୍ୟ ଅଭିଯୁକ୍ତର ୩ ମହଲା ଘର ରହିଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.