ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ତାଙ୍କ ପତ୍ନୀ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କରୋନା ପଜିଟିଭ୍ ଚିହ୍ନଟ। ଟୁଇଟ୍ କରି ସୂଚନା ଦେଲେ ନିଜେ ମନ୍ତ୍ରୀ । ଆଜି ତାଙ୍କର ରିପୋର୍ଟ ପଜିଟିଭ୍ ଆସିବା ପରେ ଏନେଇ ସେ ସୂଚନା ଦେଇଛନ୍ତି । ସେ ଟୁଇଟ୍ କରି ଲେଖିଛନ୍ତି,‘ ମୋର ଏବଂ ମୋ ଧର୍ମ ପତ୍ନୀ ସଙ୍ଗୀତା ଦାଶଙ୍କର କରୋନା’ ପଜିଟିଭ୍ ବାହାରିଛି। ଆମେ ଏବେ ସୁସ୍ଥ ଅଛୁ l ଆମ ସଂସ୍ପର୍ଶରେ ସାତ ଦିନ ଭିତରେ ଯେଉଁମାନେ ଆସିଛନ୍ତି ‘କରୋନା’ ଟେଷ୍ଟ କରିବା ପାଇଁ ଅନୁରୋଧ କରୁଛୁ l ’

ସୂଚନାଯୋଗ୍ୟ, ରାଜ୍ୟର ପ୍ରଥମ ମନ୍ତ୍ରୀ ଭାବେ ସୁଶାନ୍ତ ସିଂହ କରୋନା ସଂକ୍ରମିତ ହୋଇଥିଲେ । ଏହାପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଥିଲେ। ଏହାପରେ ଜଣଙ୍କ ପରେ ଜଣେ ମନ୍ତ୍ରୀ ସଂକ୍ରମିତ ହେବାରେ ଲାଗିପଡିଛନ୍ତି।

Leave A Reply

Your email address will not be published.