Airtel ଆଣିଲା ବଢ଼ିଆ ପ୍ଲାନ : ପ୍ରତିଦିନ ୩ଜିବି ଡାଟା ସହିତ ପୂରା ଗୋଟେ ବର୍ଷ ପାଇବେ ଲାଭ, ଜାଣନ୍ତୁ କେତେ ରହିଛି ଟଙ୍କା

ଏୟାରଟେଲ ନିଜର ଗ୍ରାହକଙ୍କ ପାଇଁ ନୂଆ ଫାଷ୍ଟ ରିଚାର୍ଜ ପ୍ଲାନ୍‌ ଲଞ୍ଚ୍‌ କରିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହାର ବ୍ୟବହାର ସେହି ଗ୍ରାହକ ମାନେ କରନ୍ତି ଯେଉଁମାନେ ଏୟାରଟେଲ ସିମ ପ୍ରଥମ ଥର ରିଚାର୍ଜ କରାଉଛନ୍ତି। ନିଜର ନୂଆ ଗ୍ରାହକଙ୍କ ପାଇଁ ଏୟାରଟେଲ ନୂଆ ଫାଷ୍ଟ ରିଚାର୍ଜ ପ୍ଲାନ ନେଇ ଆସିଛି।

ଏହି ପ୍ଲାନ ୪୯୯ ଟଙ୍କାର ଅଟେ ଏବଂ ଏଥିରେ ଏକ ବର୍ଷ ପାଇଁ ଡିଜନି + ହଟଷ୍ଟାର ଭିଆଇପି ସବସ୍କ୍ରିପସନ ମଧ୍ୟ ଦିଆଯାଇଛି। ଏହି ପ୍ଲାନର ଭ୍ୟାଲିଡିଟୀ ୨୮ ଦିନର ରହିଛି। ଏଥିସହିତ ଏହି ପ୍ଲାନରେ ଆପଣ ସମସ୍ତ ନେଟଓ୍ଵାର୍କକୁ ଅନଲିମିଟେଡ୍‌ କଲିଙ୍ଗ୍‌ ସହିତ ପ୍ରତିଦିନ 3GB ଡାଟା ଏବଂ ୧୦୦ SMS ମିଳିଥାଏ।

୪୯୯ ବ୍ୟତୀତ ଏୟାରଟେଲ ୧୯୭ ଟଙ୍କା, ୨୯୭ ଟଙ୍କା ଏବଂ ୪୯୭ ଟଙ୍କା ଏବଂ ୬୪୭ ଟଙ୍କାର ଚାରୋଟି ଅନ୍ୟ ଫାଷ୍ଟ ରିଚାର୍ଜ ପ୍ଲାନର ମଧ୍ୟ ଅଫର କରୁଛି। ଆସନ୍ତୁ ଜାଣିବା ଏହା ବିଷୟରେ।

-୧୯୭ ଟଙ୍କା ବାଲା ପ୍ଲାନରେ ୨୮ ଦିନର ବୈଧତା ରହିଛି। ଏଥିରେ ଅନଲିମିଟେଡ କଲିଙ୍ଗ୍‌ ସହିତ ମୋଟ ୨ଜିବି ଡାଟା ଏବଂ ୩୦୦ ଏସଏମଏସର ସୁବିଧା ଦିଆଯାଉଛି।

-୨୯୭ ଟଙ୍କା ବିଶିଷ୍ଟ ପ୍ଲାନରେ ମଧ୍ୟ ଅନଲିମିଟେଡ କଲିଙ୍ଗ ସହିତ ୨୮ ଦିନର ଭ୍ୟାଲିଡିଟୀ କମ୍ପାନୀ ଦେଉଛି। କିନ୍ତୁ ଏଥିରେ ପ୍ରତିଦିନ 1.5 GB ଡାଟା ଏବଂ ୧୦୦ ଏସଏମଏସ ଦିଆଯାଉଛି।

-୪୯୭ ଟଙ୍କା ବିଶିଷ୍ଟ ପ୍ଲାନରେ ୮୪ ଦିନର ଭ୍ୟାଲିଟୀ ସହିତ ଅନଲିମିଟେଡ୍‌ କଲିଙ୍ଗ୍‌ ଏବଂ ପ୍ରତିଦିନ 1.5 GB ଡାଟା ଏବଂ ୧୦୦ ଏସଏମଏସ ଦିଆଯାଇଛି।

 

Leave A Reply

Your email address will not be published.