ଗଜପତି: ଭାଲିଆ ଗୋଟାଇବାକୁ ଯାଇ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳିକାର ମୃତ୍ୟୁ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ଅଡବା ଥାନା ବାଟସିମୁଳି ଗ୍ରାମରେ ୧୧ କେ.ଭି ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଜଣେ ନାବାଳିକା ମୃତ୍ୟୁ ବରଣ କରିଛି । ମୃତକ ହେଲେ ସେହି ଗ୍ରାମର ଜୟରାମ ମଲ୍ଲିକଙ୍କ ୧୦ ବର୍ଷ ର ଶିଶୁକନ୍ୟା ସଞ୍ଜିତା ମଲ୍ଲିକ l ପରିବାର ଲୋକଙ୍କ ସହ ଗ୍ରାମ ନିକଟସ୍ଥ ପାହାଡ଼କୁ ଭାଲିଆ ଗୋଟାଇବା ପାଇଁ ଯାଇଥିବା ବେଳେ ଓହଳି ରହିଥିବା ବିଦ୍ୟୁତ ତାରଟି ତା ବେକରେ ଲାଗିଯାଇଥିଲା ଘଟଣା ସ୍ଥଳରେ ନାବାଳିକା ଜଣକର ମୃତ୍ୟୁ ହୋଇଥିଲା।
ଖବର ପାଇ ଅଡବା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରି ମୃତଦେହ ବ୍ୟବଛେଦ ପାଇଁ ବ୍ରହ୍ମପୁର MKCG ମେଡିକାଲକୁ ପଠାଇଛି l