ଭଙ୍ଗା ପୋଲ ଉପରେ ଫସି ନାବାଳିକା ଗୁରୁତର

କଟକ ଜାଇକା ବକ୍ସ ଡ୍ରେନ ପ୍ରକଳ୍ପ କାର୍ଯ୍ୟ ସମୟରେ ପୋଲ ଉପରେ ଫସି ନାବାଳିକା ଗୁରୁତର। କଟକ କେଶରପୁରରେ ଘଟିଛି ଏହି ଘଟଣା। ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ସ୍ଥାନୀୟ ବାସିନ୍ଦାମାନେ ଉକ୍ତ ନାବାଳିକାକୁ ଉଦ୍ଧାର କରି ବଡ଼ ମେଡ଼ିକାଲ ପଠେଇଛନ୍ତି।

 କଟକ(କେନ୍ୟୁଜ) : କଟକ ଜାଇକା ବକ୍ସ ଡ୍ରେନ ପ୍ରକଳ୍ପ କାର୍ଯ୍ୟ ସମୟରେ ଭଙ୍ଗା ପୋଲ ଉପରେ ଫସି ନାବାଳିକା ଗୁରୁତର। କଟକ କେଶରପୁରରେ ଘଟିଛି ଏହି ଘଟଣା। ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ସ୍ଥାନୀୟ ବାସିନ୍ଦାମାନେ ଉକ୍ତ ନାବାଳିକାକୁ ଉଦ୍ଧାର କରି ବଡ଼ ମେଡ଼ିକାଲ ପଠେଇଛନ୍ତି।

ନାବାଳିକାର ବୟସ ପାଖାପାଖି ୧୬ ବର୍ଷ ହେବ। ସେ କେଶରପୁର ବାସିନ୍ଦା। ଘଟଣା ସମ୍ପର୍କରେ ଖବର ଦେବା ସତ୍ତ୍ଵେ ଜାଇକା କିମ୍ବା ଅନ୍ୟ କୌଣସି କର୍ତ୍ତୃପକ୍ଷଙ୍କ ତରଫରୁ କେହି ଘଟଣା ସ୍ଥଳକୁ ଆସିନଥିଲେ। ବାରମ୍ବାର ଅଭିଯୋଗ ସତ୍ୱେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଅସ୍ଥାୟୀ ରାସ୍ତା ତିଆରି କରାଯାଉ ନଥିବା ଅଭିଯୋଗ ହୋଇଛି।