ସାମୂହିକ ବିବାହରେ ବଣ୍ଟାଗଲା କଣ୍ଡୋମ୍‌ ଓ ଗର୍ଭନିରୋଧକ ବଟିକା, ବାହାଘର ପୂର୍ବରୁ ହୋଇଥିଲା ପ୍ରେଗ୍‌ନାନ୍ସି ଟେଷ୍ଟ୍‍

ମଧ୍ୟ ପ୍ରଦେଶରେ ଏକ ସାମୂହିକ ବିବାହ ସମାରୋହରେ କନ୍ୟାମାନଙ୍କୁ ମେକ୍‌ଅପ କିଟ୍ ବଣ୍ଟାଯାଇଥିଲା। ଏହି କିଟ୍ ଭିତରେ ଗର୍ଭନିରୋଧକ ବଟିକା ସହିତ କଣ୍ଡୋମ ପ୍ୟାକେଟ୍‌ ରଖାଯାଇଥିବା ଦେଖିବାକୁ ମିଳିଥିଲା।

ମଧ୍ୟ ପ୍ରଦେଶର ଝାବୁଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏଠାରେ ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା ଅଧୀନରେ ଏକ ଗଣବିବାହ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ କନ୍ୟାମାନଙ୍କୁ ଦିଆଯାଇଥିବା ମେକ୍‌ଅପ କିଟ୍ ଭିତରେ କଣ୍ଡୋମ ଏବଂ ଗର୍ଭନିରୋଧକ ବଟିକା ରଖାଯାଇଥିବା ଦେଖିବାକୁ ମିଳିଥିଲା। ଏବେ ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

କହି ରଖୁଛୁ, ଏଠାରେ ସୋମବାର ୨୯୬ ଯୋଡ଼ା ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହ ସମାରୋହରେ ଅଧିକାରୀମାନେ କନ୍ୟାମାନଙ୍କୁ ମେକ୍‌ଅପ କିଟ୍ ବାଣ୍ଟିଥିଲେ। ଏହି କିଟ୍ ଭିତରେ ଗର୍ଭନିରୋଧକ ବଟିକା ସହିତ କଣ୍ଡୋମ ପ୍ୟାକେଟ ରଖାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍‌ ନିଜେ ଭର୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇ ନବଦମ୍ପତିମାନଙ୍କୁ ସୁଖୀ ବୈବାହିକ ଜୀବନର ଶୁଭକାମନା ଜଣାଇବା ସହିତ ଆଶୀର୍ବାଦ ପ୍ରଦାନ କରିଥିଲେ।

ତେବେ ଏହାପୂର୍ବରୁ କନ୍ୟାମାନଙ୍କର ପ୍ରେଗ୍‌ନାନ୍ସି ପରୀକ୍ଷା କରାଯାଇଥିଲା। ଏପ୍ରିଲ୍‌ରେ ଡିଣ୍ଡୋରିରେ ଆୟୋଜିତ ଗଣବିବାହ ସମାରୋହରେ ବିବାହ ପୂର୍ବରୁ ୨୧୯ ଜଣ କନ୍ୟାଙ୍କର ପ୍ରେଗ୍‌ନାନ୍ସି ଟେଷ୍ଟ୍‍ ହୋଇଥିଲା, ଯାହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର୍‌ ଧରିଥିଲା।

Leave A Reply

Your email address will not be published.