Below header

ଅଚିହ୍ନା, ଅଛୁଆଁ ଶବ ଛୁଇଁଲେ ରେଙ୍ଗାଲି ବିଧାୟକ : ଶେଷକୃତ୍ୟ ସମ୍ପନ୍ନ କରି ଦେଖାଇଲେ ମାନବିକତା

ରେଙ୍ଗାଲି : ଅଚିହ୍ନା, ଅଛୁଆଁ ଶବକୁ ଛୁଇଁଲେ ବିଧାୟକ । ରେଙ୍ଗାଲିରେ ଏପରି ମାନବିକତା ଦେଖାଇଛନ୍ତି ସ୍ଥାନୀୟ ବିଧାୟକ ରମେଶ ପଟୁଆ। ମୃତକ ଜଣ ତାଙ୍କ ସମ୍ପର୍କୀୟ ନୁହଁନ୍ତି। ସ୍ଥାନୀୟ ଅଂଚଳରେ ଭିକ୍ଷାବୃତି କରି ଚଳୁଥିବା ଜଣେ ଅସହାୟ ବୃଦ୍ଧାଙ୍କର। ତାଙ୍କ ମୃତ୍ୟୁ ପରେ କୌଣସି ବ୍ୟକ୍ତି ଶବ ସତ୍କାର ଲାଗି ସହାୟତା କଲେ ନାହିଁ। ଶବ ଛୁଇଁବାକୁ ଅରାଜି ହେଲେ। ସମାଜରେ ହଜିଗଲା ମାନବିକତା। ୨୪ ଘଣ୍ଟା ପଡି ରହିଲା ଶବ। ରେଙ୍ଗାଲି ବିଧାୟ ରମେଶ ପଟୁଆଙ୍କ ପାଖରେ ପହଞ୍ଚିଥିଲା ଖବର। ଏହାପରେ ନିଜ ଦୁଇ ପୁଅଙ୍କୁ ଧରି ପହଞ୍ଚିଥିଲେ ବିଧାୟକ। ବୃଦ୍ଧାଙ୍କ ଶବକୁ କାନ୍ଧ ଦେବା ସହ ରୀତିନୀତିରେ ସମସ୍ତ କାର୍ଯ୍ୟ ସଂପନ୍ନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.