ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାକୁ ତଦନ୍ତ କରିବ ଲୋକାୟୁକ୍ତଙ୍କ ତଦନ୍ତକାରୀ ଶାଖା, ଚାକିରି ଠକେଇ ମାମଲାରେ ଆଜି ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହେବେ ହାଜର

ବ୍ରହ୍ମପୁର : ବ୍ରହ୍ମପୁର SDJM କୋର୍ଟରେ ହାଜର ହେବେ ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଗୋଳନ୍ଥରା ଥାନାରେ ହୋଇଥିବା ୩ଟି ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି କୋର୍ଟରେ ହାଜର କରାଯିବ । ଏଥିପାଇଁ ବ୍ରହ୍ମପୁରରୁ ଏକ ଟିମ୍‌ ଭୁବନେଶ୍ୱର ଆସିଛି । ଟାଟା ମୋଟର୍ସରେ ନିଯୁକ୍ତି ନାଁରେ ଠକେଇ ମାମଲାରେ ଗିରଫ ହୋଇ ଭୁବନେଶ୍ୱର ଜେଲରେ ଅଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ ।

ଅନ୍ଯପଟେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଲୋକାୟୁକ୍ତ ମାମଲାରେ ଲୋକାୟୁକ୍ତଙ୍କ ତଦନ୍ତକାରୀ ଶାଖା ତଦନ୍ତ କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତକାରୀ ଶାଖାର ପ୍ରାଥମିକ ତଦନ୍ତ ରିପୋର୍ଟ ପାଇବା ପରେ ଲୋକାୟୁକ୍ତ ଏ ସମ୍ପର୍କୀତ ପରବର୍ତ୍ତୀ ଅଗ୍ରଗତି କରିପାରିବେ । ଓଡ଼ିଶା ଲୋକାୟୁକ୍ତ ଡିସେମ୍ବର ୧୧ ତାରିଖରେ ଭିଜିଲାନ୍ସ ତଦନ୍ତ ପାଇଁ ଦେଇଥିବା ନିର୍ଦ୍ଦେଶନାମାକୁ ଖାରଜ କରିଛନ୍ତି ହାଇକୋର୍ଟ । ଦୁଇ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ । ଓଡ଼ିଶା ଲୋକାୟୁକ୍ତ ଆଇନ ୨୦୧୪ ଅନୁଯାୟୀ ଲୋକାୟୁକ୍ତ କରିପାରିବେ ଏହି ତଦନ୍ତ । ଆସନ୍ତା ୧୨ ତାରିଖରେ ଲୋକାୟୁକ୍ତଙ୍କ ନିକଟରେ ରହିଛି ଏହି ମାମଲାର ଶୁଣାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.