ମାର୍ଶାଘାଇ ହଳଦିଆ ଗୋଡ଼ା ନିକଟରେ ଦୁର୍ଘଟଣା: ସ୍କୁଟି ଚାଳକଙ୍କ ମୃତ୍ୟୁ, ଉତ୍ତ୍ୟକ୍ତ ଲୋକ ଜାଳିଦେଲେ ବସ୍‌

ମାର୍ଶାଘାଇ: ଦୁର୍ଘଟଣା ପରର ଉଗ୍ର ରୂପ। ବସ୍‌ ଜାଳି ଦେଲେ ଉତ୍ତ୍ୟକ୍ତ ଲୋକ। ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ପରେ ତାତିଲେ ଲୋକେ। ମାର୍ଶାଘାଇ ଥାନା ହଳଦିଆ ଗୋଡ଼ା ନିକଟରେ ଘଟିଛି ଏହି ଦୁର୍ଘଟଣା ।

ବସ୍‌ ଧକ୍କାରେ ହଳଦିଆ ଗାଁର ଜଣେ ସ୍କୁଟି ଆରୋହୀ ବିକାଶ ନାୟକଙ୍କ ମୃତ୍ୟୁ ହୋଇଛି । ଏହାପରେ ଲୋକମାନେ ବସ୍‌ରେ ନିଆଁ ଲଗାଇ ଦେଇଥିଲେ। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତକୁ ନିୟନ୍ତ୍ରଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.