ଚାର୍ଜର ବିକି ଫଶିଗଲେ ମୋବାଇଲ ଦୋକାନୀ, ଚୋର ପେମେଣ୍ଟ କରିବା ପରେ ଦୋକାନୀ ଆକାଉଣ୍ଟ ଫ୍ରିଜ୍

ଭୁବନେଶ୍ୱର (କେନ୍ୟୁଜ): ଚାର୍ଜର ବିକି ଫସିଗଲେ ମୋବାଇଲ ଦୋକାନୀ । ଚୋରି ମୋବାଇଲ ଫୋନରୁ ଡିଜିଟାଲ ପେମେଣ୍ଟ କରି ଖସିଗଲା ଅଭିଯୁକ୍ତ । ଏବେ ସାଇବର ଥାନା ପୋଲିସ ଦୋକାନୀଙ୍କ ଆକାଉଣ୍ଟକୁ ଅଚଳ କରି ତଦନ୍ତ ଚଳାଇଛି । ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରୁ ସପିଂ କରିଥିଲା ଚୋର । ଭୁବନେଶ୍ୱର ବାପୁଜୀନଗରର ଏକ ଦୋକାନରୁ ଚାର୍ଜର କିଣି ଚୋର ଜଣକ ଡିଜିଟାଲରେ କରିଥିଲା। ଆଉ ଏହାପରେ ଜଣାପଡ଼ିଯାଇଥିଲା ଯେ, ଏହା ଚୋରି ମୋବାଇଲ ଫୋନ୍ । କାରଣ ପରବର୍ତୀ ସମୟରେ ଜଣାପଡିଥିଲା ଯେ, ପେମେଣ୍ଟ ହୋଇଥିବା ୟୁପିଆଇ ମୋବାଇଲଟି କିଛିମାସ ପୂର୍ବେ ଚୋରି ହୋଇଥିବା ମୋବାଇଲ ଫୋନ୍ ।

ଏନେଇ ସାଇବର ଥାନା ପୋଲିସ ମୋବାଇଲ ଦୋକାନୀଙ୍କ ଆକାଉଣ୍ଟକୁ ଅଚଳ କରି ତଦନ୍ତ ଆରମ୍ଭ କରିଛି । ବ୍ୟବସାୟୀଙ୍କ ଆକାଉଣ୍ଟ ଅଚଳ ଯୋଗୁ ସେ ବିଭିନ୍ନ ସମସ୍ୟାର ସମୁଖୀନ ହୋଇଥିବା କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.