କଟକର ଗର୍ବ ବହି ବନ୍ଧାଳି ଅଭିମନ୍ୟୁ ଦାସ : ଅସହାୟ ରୋଗୀଙ୍କ ସହାୟତା ଓ ଅଚିହ୍ନା ଶବ ସଂସ୍କାର ଯାହାର ଧର୍ମ ପାଲଟିଛି, ଟ୍ଵିଟ୍ କରି ପ୍ରଶଂସା କଲେ ମହମ୍ମଦ କୈଫ

ଭୁବନେଶ୍ୱର (କେ ନ୍ୟୁଜ୍‌) : କଟକ ସହରର ଅଭିମନ୍ୟୁ ଦାସ ଏବେ ଚର୍ଚ୍ଚାରେ । ତାଙ୍କ କାମ ଏତେ ପସନ୍ଦ ଆସିଛି ଯେ ପୂର୍ବତନ ଭାରତୀୟ କ୍ରିକେଟ୍ ଖେଳାଳି ମହମ୍ମଦ କୈଫ ତାଙ୍କୁ ନେଇ କିଛି ଭଲ ଶବ୍ଦ ଲେଖି ଟ୍ଵିଟ୍ କରିଛନ୍ତି । କୈଫ ଲେଖିଛନ୍ତି, ଅଭିମନ୍ୟୁ ପେସାରେ ଜଣେ ବହି ବନ୍ଧାଳି । କର୍କଟ ରୋଗରେ ସେ ତାଙ୍କ ମା ଏବଂ କିଛି ପରିଜନଙ୍କୁ ହରାଇଛନ୍ତି । ଏହାପରେ ନିଷ୍ପତ୍ତି ନେଲେ ସ୍ୱାର୍ଥହୀନ ଭାବେ ଲୋକଙ୍କ ସେବା କରିବା ପାଇଁ । ତେଣୁ ଗରିବ କ୍ୟାନସର ରୋଗୀଙ୍କୁ ସହାୟତା କରିବାରେ ଲାଗିଛନ୍ତି । ତେବେ ତାଠାରୁ ଆଉ ଏକ ବଡ଼ କାମ କରୁଛନ୍ତି ଅଭିମନ୍ୟୁ। ସେ ଅପରିଚିତ ଶବ ସବୁକୁ ନିଜ ହାତରେ ଉଠାଇ ତାର ସଂସ୍କାର କରୁଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଏପର‌୍ୟ୍ୟନ୍ତ ଅଭିମନ୍ୟୁ ପ୍ରାୟ ୭ ହଜାର ଗରିବ କର୍କଟ ରୋଗୀଙ୍କ ସହାୟତା କରିବା ସହିତ ୧୩୦୦ ଶବ ସଂସ୍କାର କରିଛନ୍ତି । ସେ କୁହନ୍ତି ମୁଁ ଡାକ୍ତରଖାନାକୁ ଯାଇ ବୁଲି ଦେଖେ । ଅନେକ କର୍କଟ ରୋଗୀଙ୍କର କେହି ଦେଖାଶୁଣା କରିବାକୁ ନଥାନ୍ତି । ସେଠି ମୁଁ ସେମାନଙ୍କୁ ସହାୟତା କରେ । ୪୯ ବର୍ଷ ବୟସ୍କ ଅଭିମନ୍ୟୁ ଅତୀତରେ ନିଜ ବାପା, ମା, ଦାଦା ଆଦିଙ୍କୁ କ୍ୟାନସରରେ ହରାଇ ସାରିଛନ୍ତି ।

Leave A Reply

Your email address will not be published.