କରୋନା ଯୋଗୁ ଏ ବର୍ଷ ହେବନି ଅମରନାଥ ଯାତ୍ରା, ହତାଶ ହେଲେ ଭକ୍ତ

ଜମ୍ମୁ-କାଶ୍ମୀର :  କରୋନା ଯୋଗୁ ଏବର୍ଷ ହେବନି ଅମରନାଥ ଯାତ୍ରା । ଅମରନାଥ ମନ୍ଦିର ବୋର୍ଡ ପକ୍ଷରୁ ଏମିତି ସୂଚନା ଦିଆଯାଇଛି । କରୋନା ମହାମାରୀ ପାଇଁ ଚଳିତ ବର୍ଷ ଅମରନାଥ ଯାତ୍ରାକୁ ବାତିଲ କରାଯାଇଛି ବୋଲି ଅମରନାଥ ମନ୍ଦିର ବୋର୍ଡ ଘୋଷଣା କରିଛନ୍ତି । ଜମ୍ମୁ-କାଶ୍ମୀର ଉପ ରାଜ୍ୟପାଳ ଗିରୀଶ ମୁର୍ମୁଙ୍କ ଅଧ୍ୟକ୍ଷତାରେ ଅମରନାଥ ମନ୍ଦିର ବୋର୍ଡ ର ବୈଠକ ବସିଥିଲା ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅମରନାଥ ଯାତ୍ରା ବାତିଲ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ପ୍ରକାଶ ଯେ ପୂର୍ବରୁ ଜୁନ୍‌ ୨୩ ଓ ଜୁଲାଇ ୨୧ ତାରିଖରୁ ଅମରନାଥ ଯାତ୍ରା ଆରମ୍ଭ କରିବାକୁ କୁହାଯାଇଥିଲା । ହେଲେ କରୋନା କଟକଣା ଯୋଗୁ ଆରମ୍ଭ ହୋଇପାରି ନଥିଲା । ଅମରନାଥ ଯାତ୍ରା ନେଇ ମଧ୍ୟ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରାଯାଇଥିଲା ।

ତେବେ ସ୍ଥାନୀୟ ପ୍ରଶାସନ ଉପରେ ଏହାର ନିଷ୍ପତ୍ତି ଛାଡିଥିଲେ ସୁପ୍ରିମକୋର୍ଟ । ମାତ୍ର କରୋନା ସଂକ୍ରମଣ ଯୋଗୁ ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରସାଶନ ଚଳିତବର୍ଷ ପାଇଁ ଅମରନାଥ ଯାତ୍ରାକୁ ବାତିଲ କରିଛି ।

Leave A Reply

Your email address will not be published.