କେନ୍ଦୁଝର ସାନଘାଗରା ନିକଟରେ ମାତିଲେ ଲୁଟେରା: ବନ୍ଧୁକ ଓ ଛୁରି ଦେଖାଇ ଟ୍ରକରୁ ଲୁଟି ନେଲେ ଟଙ୍କା ଓ ମୋବାଇଲ

କେନ୍ଦୁଝର(କେନ୍ୟୁଜ): କେନ୍ଦୁଝର ସଦର ଥାନା ସାନଘାଗରା ନିକଟରେ ବିଳମ୍ବିତ ରାତିରେ ଧାନ ଅମଳ ମେସିନ ନେଇ ଯାଉଥିବା ଏକ ମିନି ଟ୍ରକକୁ ବନ୍ଧୁକ ଓ ଛୁରି ଦେଖାଇ ଲୁଟ୍ ଅଭିଯୋଗ । ସମ୍ବଲପୁରରୁ ଭଦ୍ରକ ଯାଉଥିବା ଏକ ଧାନ ଅମଳ ମେସିନ ବୋଝେଇ ଟ୍ରକରୁ ଲୁଟ୍ କରିଥିଲେ ଦୁର୍ବୃତ୍ତ।

ବିଳମ୍ବିତ ରାତିରେ ଗୋଟିଏ ବାଇକରେ ତିନି ଜଣ ଆସି ଗାଡ଼ିର ଡୋରକୁ ବାଡ଼େଇ ଗାଡ଼ି ଡ୍ରାଇଭରକୁ ଉଠାଇ ଥିଲେ। ଏହାପରେ ଗାଡିରେ ଚଢି ଗାଡ଼ିରେ ଥିବା ଲୋକଙ୍କୁ ବନ୍ଧୁକ ଓ ଛୁରି ଦେଖାଇ ତାଙ୍କ ନିକଟରେ ଥିବା ଟଙ୍କା ମୋବାଇଲ ଆଦି ଲୁଟି ନେଇଥିଲେ ।

ଏଥିସହ ସେ ଜାଗା ଛାଡି ସେଠାରୁ ପଳାଇ ଯିବାକୁ ଗାଡି ବାଲାକୁ ଧମକ ମଧ୍ୟ ଦେଇଥିଲେ । ତେଣୁ ଭୟରେ ଗାଡ଼ି ଚାଳକ ସେଠାରୁ ଗାଡି ନେଇ ଚାଲି ଯାଇଥିଲେ । ପରେ ସକାଳ ହେବାରୁ ଢେଙ୍କିକୋଟ ନିକଟରେ ପହଞ୍ଚି ଲୋକଙ୍କୁ ସହାୟତା ମାଗିଥିଲେ ।