ଚନ୍ଦନ କାଠ ମାଫିଆ ଗିରଫ, ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଚନ୍ଦନ କାଠ ସହ କାର ଜବତ

ପଟାଙ୍ଗି ଥାନା ପୋଲିସ ଦ୍ବାରା ଚନ୍ଦନ କାଠ ମାଫିଆ ଗିରଫ । ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଚନ୍ଦନ କାଠ ସହ କାର ଜବତ । ଗିରଫ ଜଣକ ହେଲେ କାମା ପାଙ୍ଗି ।

କୋରାପୁଟ : ପଟାଙ୍ଗି ଥାନା ପୋଲିସ ଦ୍ବାରା ଚନ୍ଦନ କାଠ ମାଫିଆ ଗିରଫ । ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଚନ୍ଦନ କାଠ ସହ କାର ଜବତ । ଗିରଫ ଜଣକ ହେଲେ କାମା ପାଙ୍ଗି । ଘର ମାଳିପୁଙ୍ଗାର । ବାହାର ରାଜ୍ୟକୁ ଚାଲାଣ କରିବାକୁ ପ୍ରସ୍ତୁତ ଚଲାଇଥିବାବେଳେ ପଟାଙ୍ଗି ପୋଲିସ ଅତର୍କିତ ଭାବେ ଚଡାଉ କରି ୧ କ୍ବିଣ୍ଟାଲ ୨୦ କେଜି ୯୭୦ ଗ୍ରାମ ଚନ୍ଦନ କାଠ ଜବତ କରିଛି। ମାଫିଆକୁ ଗିରଫ କରିଛି । ତଦନ୍ତ ଜାରି ରହିଥିବା ସୁନାବେଡା ଏସଡିପିଓ ମନୋଜ କୁମାର ବେହେରା ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.