ବାରିପଦା : ଭୋଟ ବର୍ଜନ କଲେ ୭ଶହରୁ ଅଧିକ ପରିବାର

ବାରିପଦା : ସାମାଜିକ ଅର୍ଥନୈତିକ ଜାତି ଭିତ୍ତିକ ଜନଗଣନା ତାଲିକାରୁ ବାଦ ପଡ଼ିଥିବା ବାରିପଦା ନିର୍ବାଚନ ମଣ୍ଡଳୀ ପୁରୁଣାପଶିର ୭ଶହରୁ ଅଧିକ ପରିବାରଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି । ଏହାର ପ୍ରତିବାଦରେ ସେମାନେ ସାଧାରଣ ନିର୍ବାଚନ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହି ୭ ଶହ ପରିବାର ମଧ୍ୟରୁ ୯୦ ପ୍ରତିଶତ ଆଦିବାସୀ ସଂପ୍ରଦାୟର । ୨୦୧୧ ଏସଇସିସି ତାଲିକାରୁ ବାଦ ପଡ଼ିଥିବାରୁ ଏନେଇ ସେମାନେ ବାରମ୍ବାର ପ୍ରଶାସନକୁ ଗୁହାରି କରାଯାଇଛି । ହେଲେ କିଛି ଲାଭ ହୋଇନି । ଫଳରେ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧିଛି । ଏହି ଘଟଣାକୁ କେନ୍ଦ୍ର କରି ପୁରୁଣାପଶି ୧୩ ଓ ୧୫ ନମ୍ବର ଓ୍ଵାର୍ଡର୍ ବାସିନ୍ଦା ଆଗାମୀ ସାଧାରଣ ନିର୍ବାଚନ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏସମ୍ପର୍କରେ ଖୁଣ୍ଟା ବିିଡିଓଙ୍କୁ ଅବଗତ କରାଯାଇଛି । ହେଲେ ସେ କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ରଖିନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.