Below header

ବିଲଡିଂ ପ୍ଲାନ ପାସ ନାଁରେ ବଡ଼ ଧରଣର ଠକେଇ, ୩କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଜବତ

ବିଲଡିଂ ପ୍ଲାନ ପାସ ନାଁରେ ବଡ଼ ଧରଣର ଠକେଇ । ସମ୍ବଲପୁର ଡେଭଲପମେଣ୍ଟ ଅଥରିଟିରେ ଚାଲିଥିଲା ଠକ ସିଣ୍ଡିକେଟ । ମିଛ ଦସ୍ତାବିଜ ତିଆରି କରି ଦେଉଥିଲେ ବିଲ୍ଡିଂ ପ୍ଲାନ ଅନୁମତି l

 ସମ୍ବଲପୁର : ବିଲଡିଂ ପ୍ଲାନ ପାସ ନାଁରେ ବଡ଼ ଧରଣର ଠକେଇ । ସମ୍ବଲପୁର ଡେଭଲପମେଣ୍ଟ ଅଥରିଟିରେ ଚାଲିଥିଲା ଠକ ସିଣ୍ଡିକେଟ । ମିଛ ଦସ୍ତାବିଜ ତିଆରି କରି ଦେଉଥିଲେ ବିଲ୍ଡିଂ ପ୍ଲାନ ଅନୁମତି l ଏହି ବଡ଼ ଧରଣର ଠକେଇ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଏସଡିଏର ଡିଲିଂ ଆସିଷ୍ଟାଣ୍ଟ ଲକ୍ଷ୍ମୀ ନାରାୟଣ ସାମଲ ଓ ବୁଲୁଙ୍କ ସମେତ ୫ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ସମ୍ବଲପୁର କ୍ଷେତରାଜପୁର ଥାନା ପୋଲିସ l

ସେମାନଙ୍କ ନିକଟରୁ ନକଲି ରବର ଷ୍ଟାମ୍ପ, ଜାଲ ଦସ୍ତାବିଜ, ନକଲି ଦସ୍ତଖତ କରି ବିଲ୍ଡିଂ ପ୍ଲାନ ଆପ୍ରୁଭାଲ ଦେଉଥିଲେ ଠକ ସିଣ୍ଡିକେଟ l ଅଭିଯୁକ୍ତଙ୍କ ଆକାଉଣ୍ଟରେ ୩କୋଟି ୩୧ ଲକ୍ଷ ୯୬ ହଜାର ୨୨୭ ଟଂକା ଜବତ କରାଯାଇଛି । ତିନୋଟି ଆକାଉଣ୍ଟରରେ ଏହି ଟଙ୍କା ଥିବା ବେଳେ ୨ଟି କାର୍, ଗୋଟିଏ ବାଇକ, କଂପ୍ୟୁଟର, ଖତିଆନ, ଡୁପ୍ଲିକେଟ ରବର ଷ୍ଟାମ୍ପ ଜବତ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.