ଭଦ୍ରକ: ବଡ଼ବଡ଼ିଆ ଅଫିସର ମାନଙ୍କୁ ଗୁହାରୀ କରିବା ପରେ ଶୁଣିଲେନି,ଏସ୍‌ପିଙ୍କ ଅଫିସ ଆଗରେ ମାଆପୁଅଙ୍କ କଲେ ଆତ୍ମାହୂତି ଉଦ୍ୟମ

ଭଦ୍ରକ(କେନ୍ୟୁଜ୍):  ନ୍ୟାୟ ପାଇଁ ଭଦ୍ରକ ଏସ୍‌ପିଙ୍କ ଅଫିସ ଆଗରେ ମାଆପୁଅଙ୍କ ଆତ୍ମାହୂତି ଉଦ୍ୟମ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବେଲଦା ଗାଁର ଜ୍ୟୋତ୍ସ୍ନାରାଣୀ ପାତ୍ର ଓ ପୁଅ ପଞ୍ଚାନନ ପାତ୍ର ଜମିଜମା ବିବାଦ ମାମଲାରେ କୋର୍ଟରୁ ଡିକ୍ରି ପାଇଥିଲେ । ଏହାପରେ ମଧ୍ୟ ଅପରପକ୍ଷ ଜୋର ଜବରଦସ୍ତ ସଂପୃକ୍ତ ଜମିରେ ଗୃହ ନିର୍ମାଣ କରୁଛନ୍ତି ।

bhadrak

 

ଏହି ଘଟଣାକୁ ନେଇ ମାଆ ଓ ପୁଅ ଥାନା ଠାରୁ ଆରମ୍ଭ କରି ଏସ୍‌ପି ଓ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ବାରମ୍ବାର ଦୌଡ଼ି ନିରାଶ ହେବା ପରେ ଆଜି ଏସପିଙ୍କ ଅଫିସ ଆଗରେ ଦେହରେ କିରୋସିନ ଢାଳି ଆତ୍ମାହୂତି ଉଦ୍ୟମ କରିଛନ୍ତି । ପୋଲିସ ସେମାନଙ୍କୁ ଅଟକାଇବା ସହ ଅଧିକ ପଚରାଉଚାର କରୁଛିି ।.

Leave A Reply

Your email address will not be published.