ବୋହୂର ଧାରଣା ବେଳେ ବିଷ ପିଇ ଆତ୍ମହତ୍ୟା କଲା ଶାଶୁ!

ଛତ୍ରପୁର(କେନ୍ୟୁଜ୍): ବୋହୂର ଧାରଣା ବେଳେ ଶାଶୁଙ୍କ ସନ୍ଦେହଜନକ ମୃତ୍ୟୁ । ଗଞ୍ଜାମ ଥାନା ମଧ୍ୟଖଣ୍ଡ ସାହିର ନାରାୟଣ ପଣ୍ଡାଙ୍କ ଘର ଆଗରେ ଧାରଣା ଦେଇଥିଲେ ବୋହୂ । ଶାଶୂଘର ନିର୍ଯାତନା ଦେଉଥିବା ଅଭିଯୋଗ କରି ତନ୍ମୟୀ ପଣ୍ଡା ଶାଶୁଘର ଆଗରେ ଧାରଣା ଦେଇଥିଲେ ।

ତେବେ ଆଜି ସକାଳେ ତନ୍ମୟୀଙ୍କ ଶାଶୁ ସୁଷମା ପଣ୍ଡାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ୍ୟୁ ଖବରପାଇ ଧାରଣାସ୍ଥଳରୁ ଛୁ ମାରିଛି ବୋହୂ । ଲୋକଲଜ୍ଜା ସହିନପାରି ଶାଶୁ ବିଷ ପିଇ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.