Below header

ଯାଜପୁର: ମୂଳାପାଳ ଛକଠାରେ ଗଳିପୋଲର ଭିତିପ୍ରସ୍ତର ସ୍ଥାପନ କଲେ ସାଂସଦ ଶର୍ମିଷ୍ଠା ସେଠୀ

ଯାଜପୁର (କେନ୍ୟୁଜ): ଦୀର୍ଘ ପ୍ରତିକ୍ଷାର ହେଲା ଅନ୍ତ । ପୂରଣ ହେଲା ଦାବି । ବହୁବାର ଆନ୍ଦୋଳନ ସହ ଦାବି ପରେ ଶେଷରେ ଗଳିପୋଲ ପାଇଁ କାମ ଆରମ୍ଭ ହେଲା । ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ମୂଳାପାଳ ଛକ ନିକଟରେ ଏକ ଗଳିପୋଲ ପାଇଁ ଆଜି ଭିତି ପ୍ରସ୍ତର ସ୍ଥାପନ କରିଛନ୍ତି ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ । ଦୀର୍ଘ ଦିନ ହେବ ଏଠାରେ ଏକ ଗଳିପୋଲ ନିର୍ମାଣ ପାଇଁ ଅଂଚଳବାସୀ ଦାବି କରିଆସୁଥିଲେ ।

jajpur 1

ବ୍ୟସ୍ତବହୁଳ ଏହି ଜାତୀୟ ରାଜପଥର ମୂଳାପାଳ ଛକ ନିକଟରେ ବାରମ୍ବାର ଦୁର୍ଘଟଣା ଘଟୁଥିଲା । ଏପରିକି ସ୍ଥାନୀୟ ଅଂଚଳର ୧୦ରୁ ଅଧିକ ପଂଚାୟତର ଜନସାଧାରଣ ରାସ୍ତା ପାରି ହେବା ସହ ବିଭିନ୍ନ କାର୍ଯ୍ୟ ପାଇଁ ନାନା ହଇରାଣ ହରକତ ହେଉଥିଲେ । ଏନେଇ ଅଂଚଳବାସୀ ଯାଜପୁର ସାଂସଦ ଶର୍ମୀଷ୍ଠା ସେଠୀ ଓ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶେଷରେ ଜନସାଧାରଣଙ୍କ ଦାବି ଏବଂ ସାଂସଦ ଶ୍ରୀମତୀ ସେଠୀଙ୍କ ଉଦ୍ୟମ ଫଳରେ ଗଳିପୋଲର ଶୁଭ ଦିଆଯିବା ସହ ଆଜିଠାରୁ କାମ ଆରମ୍ଭ ହୋଇଛି । ଫଳରେ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.