Below header

ସମ୍ବଲପୁରର ନୂତନ ଏସପି ଭାବେ ଯୋଗ ଦେଲେ ମୁକେଶ କୁମାର ଭାମୁ

ସମ୍ବଲପୁରର ନୂତନ ଏସପି ଭାବେ ଯୋଗ ଦେଲେ ମୁକେଶ କୁମାର ଭାମୁ, କହିଲେ ନିଜର ଲକ୍ଷ୍ୟ। ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଅପରାଧୀଙ୍କୁ ସାବାଡ କରିବା ତାଙ୍କର ଲକ୍ଷ୍ୟ ବୋଲି ନୂତନ ଏସପି ଶ୍ରୀ ଭାମୁ ଗଣମାଧ୍ୟମଙ୍କୁ କହିଛନ୍ତି ।

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁରର ନୂତନ ଏସପି ଭାବେ ଯୋଗ ଦେଲେ ମୁକେଶ କୁମାର ଭାମୁ। ମୁକେଶ ଭାମୁ ୨୦୧୩ ମସିହା ବ୍ଯାଚର IPS ଅଧିକାରୀ। ଏହା ପୂର୍ବରୁ ସେ IPS ଭାବେ ବରଗଡ ଓ ରାଉଲକେଲା ଏସପି ଭାବେ ଦକ୍ଷତାର ସହ କାର୍ଯ୍ଯ କରିଛନ୍ତି । ସମ୍ବଲପୁର ଏସପି ବାତୁଲା ଗଙ୍ଗାଧରଙ୍କ ଠାରୁ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ଏସପି ଭାବେ ଯୋଗ ଦେବା ସମୟରେ ଜିଲ୍ଲା ପୋଲିସର ବରିଷ୍ଠ ଅଧିରୀମାନେ ଉପସ୍ଥିତ ରହିଥିଲେ । ପ୍ରାୟ ସମସ୍ତ ଥାନାର ଥାନାଧିକାରୀ, ବୁର୍ଲା ଓ ସଦର ଏସଡ଼ିପିଓ , ଅତିରିକ୍ତ ଏସପି ତପନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ନୂତନ ଏସପି ଙ୍କୁ ସ୍‌ାଗତ କରିଥଲେ ।

ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଅପରାଧୀଙ୍କୁ ସାବାଡ କରିବା ତାଙ୍କର ଲକ୍ଷ୍ୟ ବୋଲି ନୂତନ ଏସପି ଶ୍ରୀ ଭାମୁ ଗଣମାଧ୍ୟମଙ୍କୁ କହିଛନ୍ତି । ସହରରେ ଚାଲୁଥିବା ଅବାଧ ଚୋରି, ଡକାୟତି, ଜୁଆ ଓ ନିଶା କାରବାର ରୋକିବା ଦିଗରେ ସେ ପ୍ରଥମରୁ କାମ କରିଛନ୍ତି ଓ ଆଗକୁ କରିବେ ବୋଲି ଶ୍ରୀ ଭାମୁ କହିଛନ୍ତି । ଜିଲ୍ଲାରେ ଏକ ସୁସ୍ଥ ଓ ଭୟମୁକ୍ତ ପରିବେଶ ସୃଷ୍ଟି ପାଇଁ ନୂତନ ଏସପି ସମ୍ବଲପୁରବାସୀଙ୍କ ସାହାଯ୍ୟ ଓ ସହଯୋଗ ଲୋଡିଛନ୍ତି । ବିଦାୟୀ ଏସପି ବାତୁଲା ଗଙ୍ଗାଧରଙ୍କ ମୟୁରଭଞ୍ଜ ଜିଲ୍ଲାକୁ ବଦଳି ହେବା ପରେ ରାଉରକେଲା ଏସପି ମୁକେଶ କୁମାର ଭାମୁ ଙ୍କୁ ସମ୍ବଲପୁରକୁ ବଦଳି ହୋଇଛି । ଆଜିଠାରୁ ମୁକେଶ କୁମାର ଭାମୁ ସମ୍ବଲପୁର ଏସପି ଭାବେ କାମ ଆରମ୍ଭ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.