‘ଅହଂକାରୀ ରାଜା ରାସ୍ତାରେ ଜନତାଙ୍କ ସ୍ୱରକୁ ଦଳି ଦେଉଛି’…କୁସ୍ତିଯୋଦ୍ଧାଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ରାହୁଲଙ୍କ ଟ୍ଵିଟ୍
ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା କୁସ୍ତିଯୋଦ୍ଧାଙ୍କ ପ୍ରଦର୍ଶନ ବିରୋଧରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦିଲ୍ଲୀ ପୋଲିସ ଜନ୍ତରମନ୍ତରରୁ ନୂତନ ସଂସଦ ଗୃହ ଆଡ଼କୁ ଯାଉଥିବା କୁସ୍ତିଯୋଦ୍ଧାମାନଙ୍କୁ ଉଠାଇ ନେଇଛି।
ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା କୁସ୍ତିଯୋଦ୍ଧାଙ୍କ ପ୍ରଦର୍ଶନ ବିରୋଧରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦିଲ୍ଲୀ ପୋଲିସ ଜନ୍ତରମନ୍ତରରୁ ନୂତନ ସଂସଦ ଗୃହ ଆଡ଼କୁ ଯାଉଥିବା କୁସ୍ତିଯୋଦ୍ଧାମାନଙ୍କୁ ଉଠାଇ ନେଇଛି। ଏଥିସହ ପୋଲିସ ଜନ୍ତରମନ୍ତରରୁ କୁସ୍ତିଯୋଦ୍ଧାମାନଙ୍କ ତମ୍ବୁକୁ ମଧ୍ୟ ହଟାଇ ଦେଇଛି।
ଏହାକୁ ନେଇ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣାତ୍ମକ ବୟାନ ଦେଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ‘ରାଜ୍ୟାଭିଷେକ ପୂରା ହେଲା, ଅହଂକାରୀ ରାଜା ରାସ୍ତାରେ ଜନତାଙ୍କ ସ୍ୱରକୁ ଦଳି ଦେଉଛି’। ସେହିପରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଅଭିଯୋଗ କରିଛନ୍ତି କି, ସରକାର ମହିଳା ଖେଳାଳିଙ୍କ ସ୍ୱରକୁ ନିର୍ମମ ଭାବରେ ଜୋତା ଚାପି ଦେଉଛନ୍ତି।
ପ୍ରିୟଙ୍କା ଗାନ୍ଧୀ ଟ୍ଵିଟ୍ କରି କହିଛନ୍ତି, ‘ଖେଳାଳିଙ୍କ ଛାତି ଉପରେ ପଡ଼ିଥିବା ପଦକ ଆମ ଦେଶର ଗର୍ବ। ସେହି ପଦକ ସହିତ କ୍ରୀଡ଼ାବିତ୍ମାନଙ୍କ କଠିନ ପରିଶ୍ରମ ଯୋଗୁ ଦେଶର ସମ୍ମାନ ବଢ଼ିଥାଏ। ବିଜେପି ସରକାରଙ୍କ ଅହଂକାର ଏତେ ବଢ଼ିଯାଇଛି ଯେ ସରକାର ଆମ ମହିଳା କ୍ରୀଡ଼ାବିତ୍ଙ୍କ ସ୍ୱରକୁ ନିର୍ଦ୍ଦୟ ଭାବରେ ପାଦ ତଳେ ଚାପି ଦେଉଛନ୍ତି’।
ଏହାସହ ସେ କହିଛନ୍ତି ଯେ ‘ଏହା ସମ୍ପୂର୍ଣ୍ଣ ଭୁଲ୍। ସମଗ୍ର ଦେଶ ସରକାରଙ୍କ ଅହଂକାର ଏବଂ ଏହି ଅନ୍ୟାୟକୁ ଦେଖୁଛି’।
राज्याभिषेक पूरा हुआ – ‘अहंकारी राजा’ सड़कों पर कुचल रहा जनता की आवाज़! pic.twitter.com/9hbEoKZeZs
— Rahul Gandhi (@RahulGandhi) May 28, 2023
खिलाड़ियों की छाती पर लगे मेडल हमारे देश की शान होते हैं। उन मेडलों से, खिलाड़ियों की मेहनत से देश का मान बढ़ता है।
भाजपा सरकार का अहंकार इतना बढ़ गया है कि सरकार हमारी महिला खिलाड़ियों की आवाजों को निर्ममता के साथ बूटों तले रौंद रही है।
ये एकदम गलत है। पूरा देश सरकार के… pic.twitter.com/xjreCELXRN
— Priyanka Gandhi Vadra (@priyankagandhi) May 28, 2023