୫୦ ପ୍ରତିଶତ ରୂପା, ୩୩ ଗ୍ରାମ ଓଜନ…ପ୍ରଧାନମନ୍ତ୍ରୀ ମୋଦି ଜାରି କଲେ ୭୫ ଟଙ୍କିଆ ମୁଦ୍ରା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂତନ ସଂସଦ ଗୃହର ଉଦ୍‌ଘାଟନ ଅବସରରେ ଏକ ସ୍ୱତନ୍ତ୍ର ସ୍ମାରକ ଡାକ ଟିକେଟ୍‌ ଏବଂ ୭୫ ଟଙ୍କିଆ ମୁଦ୍ରା ଜାରି କରିଛନ୍ତି।

ବହୁ ପ୍ରତୀକ୍ଷିତ ନୂଆ ପାର୍ଲାମେଣ୍ଟ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ସ୍ୱତନ୍ତ୍ର ସମାରୋହର ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦି ରବିବାର ନୂତନ ସଂସଦ ଗୃହର ଉଦ୍‌ଘାଟନ ଅବସରରେ ଏକ ସ୍ୱତନ୍ତ୍ର ସ୍ମାରକ ଡାକ ଟିକେଟ୍‌ ଏବଂ ୭୫ ଟଙ୍କିଆ ମୁଦ୍ରା ଜାରି କରିଛନ୍ତି।

ମୋଦି ନୂତନ ସଂସଦ ଗୃହର ଲୋକସଭା କକ୍ଷରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ମୁଦ୍ରା ଏବଂ ଡାକ ଟିକେଟ୍‌ ଜାରି କରିଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଅର୍ଥନୈତିକ ବ୍ୟାପାର ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତି ଅନୁସାରେ, ଏହି ମୁଦ୍ରାର ଓଜନ ୩୪.୬୫ ଗ୍ରାମରୁ ୩୫.୩୫ ଗ୍ରାମ ମଧ୍ୟରେ ରହିଛି।

ପଶ୍ଚିମବଙ୍ଗ ରାଜଧାନୀ କୋଲକାତାର ଟକସାଲ୍‌ରେ ପ୍ରସ୍ତୁତ ଏହି ମୁଦ୍ରାକୁ ୫୦ ପ୍ରତିଶତ ରୂପା, ୪୦ ପ୍ରତିଶତ ତମ୍ବା ଏବଂ ୫-୫ ପ୍ରତିଶତ ନିକେଲ-ଜିଙ୍କ ମିଶ୍ରଣରୁ ପ୍ରସ୍ତୁତ କରାଯାଇଛି। ଏହି ମୁଦ୍ରାର ବ୍ୟାସ ୪୪ ମିଲିମିଟର ରହିଛି।

କହି ରଖୁଛୁ ଯେ ତ୍ରିକୋଣୀୟ ଆକାରରେ ନିର୍ମାଣ କରାଯାଇଛି ନୂଆ ସଂସଦ ଭବନ। ଏହା ୬୪ ହଜାର ୫୦୦ ବର୍ଗମିଟର ପରିମିତ ଅଞ୍ଚଳରେ ଠିଆ ହୋଇଛି। ଖର୍ଚ୍ଚ ହୋଇଛି ୮୬୨ କୋଟି ଟଙ୍କା। ଏଥିରେ ରହିଛି ଅତ୍ୟାଧୁନିକ ସୁବିଧା। ଲୋକସଭାରେ ୮୮୮ ଓ ରାଜ୍ୟସଭାରେ ୩୦୦ ସାଂସଦ ବସିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.