ରଥଯାତ୍ରାକୁ ନେଇ ପୁଣି ବଢିଲା ଆଶା, ପୁରୀ ବଡ଼ଦାଣ୍ଡ ଖାଲି କରିବାକୁ ପୌରପ୍ରଶାସନର ନିର୍ଦ୍ଦେଶ

ପୁରୀ: ରଥଯାତ୍ରାକୁ ନେଇ ପୁଣି ବଢିଲା ଆଶା। ପୁରୀ ବଡ଼ଦାଣ୍ଡ ଖାଲି କରିବାକୁ ନିର୍ଦ୍ଦେଶ। ସମସ୍ତ ଅସ୍ଥାୟୀ ଦୋକାନ ଓ କ୍ୟାବିନ୍‌ ଉଠାଇବାକୁ ପୌରପ୍ରଶାସନ ପକ୍ଷରୁ ନୋଟିସ୍ ଜାରି‌ କରାଯାଇଛି । ଏହାସହ ଡାକବାଜି ଯନ୍ତ୍ର ମାଧ୍ୟମରେ ଆସ୍ଥାୟୀ ଦୋକାନ ଖାଲି କରିବାକୁ କୁହାଯାଇଛି।

ସିଂହଦ୍ୱାରଠାରୁ ଗୁଣ୍ଡିଚାମନ୍ଦିର ପର୍ଯ୍ୟନ୍ତ ୩ କିଲୋମିଟର ରଥଦାଣ୍ଡରୁ ସମସ୍ତ ଦୋକାନ ହଟାଇବାକୁ କୁହାଯାଇଛି। ରଥଯାତ୍ରାକୁ ଦୃଷ୍ଟିରେ ରଖି ଆସନ୍ତା ୧୯ ତାରିଖ ମଧ୍ୟରେ ବଡଦାଣ୍ଡ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବଡଦାଣ୍ଡକୁ ଖାଲି କରିବା ପାଇଁ ନିର୍ଦ୍ଦେଶ ଦେବାପରେ ରଥଯାତ୍ରା ନେଇ ଭକ୍ତଙ୍କ ମଧ୍ୟରେ ଆଶା ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.