ଆଜିଠୁ ଆରମ୍ଭ ନବରାତ୍ର ପୂଜା: ପ୍ରଥମ ଦିନରେ ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ ଚର୍ଚ୍ଚିକା

ବାଙ୍କୀ(କେନ୍ୟୁଜ୍): ପାଖେଇ ଆସୁଛି ଦଶହରା। ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ମାଆଙ୍କ ନବରାତ୍ର ପୂଜା। ମହାନବମୀ ପର୍ଯ୍ୟନ୍ତ ପାଳିତ ହେବ ପୂଜା। ନବ ଦିନାତ୍ମକ ପୂଜାରେ ଅଲଗା ଅଲଗା ଦିନ ମାଆଙ୍କ ନଅ ସ୍ୱରୂପଙ୍କ ପୂଜା ହେବ। ବାଙ୍କୀ ସ୍ଥିତ ମାଆ ଚର୍ଚ୍ଚିକାଙ୍କ ପୀଠରେ ଆରମ୍ଭ ହୋଇଛି ମାଆଙ୍କ ପୂଜା।

ମହାନଦୀରୁ ୧୦୮ ଗରା ଜଳରେ ମାଆଙ୍କୁ ସ୍ନାନ କରାଯାଇଛି। ପ୍ରଥମ ଦିନରେ ମାଆ ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ବିଶ୍ୱାସ ରହିଛି ନବରାତ୍ର ପୂଜାରେ ମାଆଙ୍କ ଦର୍ସନ କଲେ କୋଟି ଜନ୍ମର ପୂଣ୍ୟ ମିଳେ। ଏଥିପାଇଁ ଦୂରଦୂରାନ୍ତରୁ ଭକ୍ତ ଆସି ମାଆଙ୍କଦର୍ସନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.