ଏଣିକି ନନ୍ଦନକାନନରେ ପର୍ଯ୍ୟଟକ କାଟିପାରିବେ ହ୍ବାଟସ୍ଆପ୍ ଜରିଆରେ ଟିକେଟ

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଏଣିକି ନନ୍ଦନକାନନ ଗଲେ ଟିକେଟ ପାଇଁ ଆଉ ଧାଡିରେ ଛିଡା ହେବାକୁ ପଡିବନି । ହ୍ବାଟସ୍ ଆପ୍ ଜରିଆରେ ଟିକେଟ କାଟିପାରିବେ ପର୍ଯ୍ୟଟକ । ତାହା ପୁଣି ଗୋଟିଏ ମିନିଟରେ । ହ୍ବାଟସ୍ ଆପ୍ କ୍ୟୁଆର୍ କୋର୍ଡରେ ସ୍କାନ କରି ଟିକେଟ କରିହେବ ।

କେବଳ ସ୍କାନ ନୁହେଁ ନନ୍ଦନକାନନ ପକ୍ଷରୁ ଏକ ହ୍ବାଟସ ଆପ୍ ନମ୍ବର ମଧ୍ୟ ଜାରି ହୋଇଛି । 7871844856 ନମ୍ବରରେ ମେସେଜ କରି ଟିକେଟ ବୁକିଂ କରିପାରିବେ ପର୍ଯ୍ୟଟକ । ୩ଟି ଭାଷାରେ ଟିକେଟ ବୁକିଂ ହେଉଛି ।

ଟିକେଟର ସମୟସୀମା ରହିବ ଗୋଟିଏ ଦିନ । ହ୍ବାଟସ୍ ଆପ୍ ବେସଡ୍ ଟୁକେଟ ବୁକିଂ ଉଦଘାଟନ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ । ନନ୍ଦନକାନନରେ ଏହି ଅତ୍ୟାଧୁନିକ ସେବା ଭାରତରେ ପ୍ରଥମ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.