କୃଷକଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଦେବାରେ ବିଫଳ ହୋଇଥିବାରୁ ହାରିଲା ବିଜେପି : ନବୀନ ପଟ୍ଟନାୟକ

ଭୁବନେଶ୍ବର : ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ନିର୍ବାଚନ ହୋଇଥିବା ରାଜ୍ୟଗୁଡ଼ିକ ମୁଖ୍ୟତଃ କୃଷି ପ୍ରଧାନ ରାଜ୍ୟ । କେନ୍ଦ୍ର ସରକାର କୃଷକଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଦେବାରେ ବିଫଳ ହୋଇଥିବାରୁ ଏହା ହୁଏତ ବିଜେପି ପାଇଁ ପରାଜୟର କାରଣ ହୋଇଥାଇପାରେ ବୋଲି ନବୀନ କହିଛନ୍ତି । କୃଷକଙ୍କ ସମସ୍ୟା ଦୂର କଲା ନାହିଁ ବିଜେପି । ନିର୍ବାଚନୀ ଫଳାଫଳ ଦେଶବାସୀଙ୍କ ମନୋଭାବ ଦର୍ଶାଉଛି । ସେହିପରି ଆଗାମୀ ଦିନରେ କଂଗ୍ରେସ କିମ୍ବା ବିଜେପି ସହ ମେଣ୍ଟ ସମ୍ଭାବନାକୁ ଖଣ୍ଡନ କରିଛନ୍ତି । ସମଦୂରତା କଥା ସେ ଦୋହରାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.