ମୁଖ୍ୟମନ୍ତ୍ରୀଙ୍କ ଯାଜପୁର ଓ ଚାନ୍ଦବାଲି ଗସ୍ତ : ବଡ଼ଚଣାବାସୀଙ୍କୁ ୫ ଶହ କୋଟି ଟଙ୍କାର ପ୍ରକଳ୍ପ ଭେଟି 

ମୁଖ୍ୟମନ୍ତ୍ରୀଙ୍କ ମାରାଥନ ଯାଜପୁର ଓ ଚାନ୍ଦବାଲି ଗସ୍ତ । ବଡ଼ଚଣାବାସୀଙ୍କୁ ୫ ଶହ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଚଣ୍ଡିଖୋଲରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଥମ ରୁରାଲ କ୍ୟାମ୍ପସକୁ ଲୋକାର୍ପିତ କରିଛନ୍ତି । ସେହିପରି ଚାନ୍ଦବାଲିରେ ୧୬ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ବାବା ଆଖଣ୍ଡଳମଣୀ ମନ୍ଦିର ଉନ୍ନତି ପାଇଁ ୬ କୋଟି ଟଙ୍କା ଘୋଷଣା କରିଛନ୍ତି ନବୀନ । କହିଛନ୍ତି ଚାଷୀ, ମହିଳା ଓ ଯୁବକଙ୍କ ଉନ୍ନତି ସରକାରଙ୍କ ଲକ୍ଷ୍ୟ ।

ଚାଷୀ, ମହିଳା ଓ ଯୁବକଙ୍କ ଉନ୍ନତି ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ବଡ଼ଚଣା ସଭାରେ ଉଦ୍ବୋଧନ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାଳିଆ ଯୋଜନା ସାରା ଦେଶକୁ ବାଟ ଦେଖାଇଛି। ଏହି ଯୋଜନାରୁ ଜଣେ ବି ଯୋଗ୍ୟ ହିତାଧିକାରୀ ଯେପରି ବାଦ ନପଡ଼ିବେ ସେନେଇ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି ବୋଲି ନବୀନ କହିଛନ୍ତି । ବଡ଼ଚଣାବାସୀଙ୍କୁ ୫ ଶହ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗେଙ୍ଗୁଟି ନଦୀ ଉପରେ ବାଇଶି ମୌଜା ସେତୁ ସହ ବଡଚଣା ବ୍ଲକ ପରିସରରେ ସହିଦ ସ୍ତମ୍ଭର ଉଦ୍ଘାଟନ କରିଛନ୍ତି । ସେହିପରି ବସୁଧା ଯୋଜନାରେ ମେଗା ପାନୀୟ ପ୍ରକଳ୍ପର ଶିଳାନ୍ୟାସ ଓ ଉଦୟଗିରି-ଲଳିତଗିରି- ରତ୍ନଗିରିକୁ ସଂଯୋଗୀକରଣ ରାସ୍ତାର ଶିଳାନ୍ୟାସ କରିଛନ୍ତି ନବୀନ । ଚଣ୍ଡିଖୋଲରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଥମ ରୁରାଲ କ୍ୟାମ୍ପସକୁ ଲୋକାର୍ପିତ କରିଛନ୍ତି ।

ବଡ଼ଚଣା ପରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗସ୍ତ କରିଥିଲେ ମୁଖ୍ୟମନ୍ତ୍ରୀ। ପାଖାପାଖି ୧୬ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ। ଦୁର୍ଗା ପଡିଆରେ ପଡିଆରେ ୩୯୬ କୋଟି ଟଙ୍କାର ୧୬ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ୧୧୮୦ କୋଟିରୁ ଅଧିକ ଟଙ୍କାର ୧୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ସମାବେଶରେ ସାଂସଦ, ମନ୍ତ୍ରୀ ଓ ବିଧାୟକଙ୍କ ସମେତ ହଜାର ହଜାର ଲୋକ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.