ଧାମନଗରରେ ଆଜିଠୁ ଆହୁରି ଜମିବ କ୍ୟାମ୍ପେନିଂ, ପ୍ରଚାର ଯୁଦ୍ଧରେ ତିନି ରାଜନୈତିକ ଦଳର ହାଇଭୋଲଟେଜ୍‌

ଭୁବନେଶ୍ୱର(କେନ୍ୟୁଜ୍): ଆଜିଠୁ ଆହୁରି ଜମିବ କ୍ୟାମ୍ପେନିଂ। ଜୋରଦାର ହେବ ପ୍ରଚାର ଯୁଦ୍ଧ। ତିନି ରାଜନୈତିକ ଦଳ ହାଇଭୋଲଟେଜ୍‌ କ୍ୟାମ୍ପେନ୍‌ ଚଳାଇଛନ୍ତି । ଧାମନଗରରେ ପ୍ରଚାରକୁ ଜୋରଦାର କରିଛି ବିଜେଡି । ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମକୁ ତ୍ୱରାନ୍ଵିତ କରିଛି । ଗାଁ ଗାଁ ବୁଲି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ କ୍ୟାମ୍ପେନ ଚଳାଇଛନ୍ତି । ଆସନ୍ତା ୩୧ ତାରିଖରେ ଭର୍ଚୁଆଲ ମାଧ୍ୟମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର କରିବାର ସମ୍ଭାବନା ରହିଛି । ଏଥିପାଇଁ ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ୬ଟି ଜୋନ୍‌ରେ ସମାବେଶ କରାଯିବ । ସବୁ ମନ୍ତ୍ରୀ ଓ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ ।

ସେପଟେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଘର ଘର ବୁଲି ପ୍ରଚାର କରିଛନ୍ତି। ବିଜେପିର ହେଭିୱେଟମାନେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି । କାଲି ସୁରଜଙ୍କ ପାଇଁ ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କାଲି ଓ ୨୭ ଦୁଇ ଦିନିଆ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିଭଳି କଂଗ୍ରେସର ହେଭିୱେଟ୍‌ ମଧ୍ୟ ପ୍ରଚାରରେ ସାମିଲ ହେବାକୁ ଯାଉଛନ୍ତି। ବୈଠକ ସହ ଘରକୁ ଘର ବୁଲି ପ୍ରଚାର ଉପରେ ଦଳ ଗୁରୁତ୍ୱ ଦେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.