ସରିଲା ନିଟ୍‌: ଦେଶରେ ପ୍ରାୟ ୧୮ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଓଡ଼ିଶାରୁ ଅଛନ୍ତି ୪୦ ହଜାର, ଅଗଷ୍ଟ ୧୬ ସୁଦ୍ଧା ଫଳ

ଭୁବନେଶ୍ବର(କେନ୍ୟୁଜ୍): ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଗତକାଲି  ସରିଛି ନିଟ୍‌ (ୟୁଜି) ପରୀକ୍ଷା । ଗୋଟିଏ ସିଟିଂରେ ଅପରାହ୍ନ ୨ଟାରୁ ୫ଟା ୨୦ ମଧ୍ୟରେ ଦେଶର ୫୪୩ ସହର ସମେତ ବିଦେଶର ୧୪ଟି ସହରରେ ଶେଷ ହୋଇଛି ଏହି ପରୀକ୍ଷା । ଦେଶରେ ପ୍ରାୟ ୧୮ ଲକ୍ଷ ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷା ଦେଇଥିବା ବେଳେ ଓଡ଼ିଶାର ପାଖାପାଖି ୪୦ ହଜାର ପରୀକ୍ଷାର୍ଥୀ ରହିଛନ୍ତି। କ‌ରୋନା କଟକଣା ମଧ୍ୟରେ ସମାପ୍ତ ହୋଇଛି ପରୀକ୍ଷା ।

neet

ତେବେ ଆସନ୍ତା ଅଗଷ୍ଟ ୧୬ ତାରିଖ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ପରୀକ୍ଷା ପରିଚାଳନା କରିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ସୂଚନା ଦିଆଯାଇଛି। ଏହା ଜଣାପଡିଛି, ପୂର୍ବ ବର୍ଷଗୁଡ଼ିକ ପରି ଚଳିତ ବର୍ଷ ମଧ୍ୟ ଓଡ଼ିଆ ସମେତ ଇଂରାଜୀ, ହିନ୍ଦୀ, ବଙ୍ଗଳା, ଗୁଜୁରାଟି, କନ୍ନଡ, ମାଲାୟଲମ୍‌, ମରାଠି, ପଞ୍ଜାବୀ, ତାମିଲ, ତେଲଗୁ ଓ ଉର୍ଦ୍ଦୁ ପରି ୧୩ଟି ଭାଷାରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.