ଜି-ଉଦୟଗିରି ଆଦର୍ଶ ଥାନାରେ ଯୋଗ ଦେଲେ ନୂଆ ଆଇଆଇସି, ରେବତୀ ସବରଙ୍କୁ ହେଡକ୍ୱାଟର୍ସ ବଦଳି

ରାଇକିଆ(କେନ୍ୟୁଜ୍):କନ୍ଧମାଳ ଜିଲ୍ଲା ଜି-ଉଦୟଗିରି ଆଦର୍ଶ ଥାନାରେ ଏସ୍ଆଇ ସ୍ବାଗତୀକା ବେହେରାଙ୍କ ଆତ୍ମହତ୍ୟା ଘଟଣାରେ ଆଇଆଇସି ରେବତୀ ସବରଙ୍କୁ ହେଡକ୍ୱାଟର୍ସ ବଦଳି କରାଯାଇଛି। କନ୍ଧମାଳ ଜିଲ୍ଲା ଏସପି ଭିନିତ ଅଗ୍ରୱାଲ ତାଙ୍କୁ ହେଡକ୍ୱାଟର୍ସକୁ ବଦଳି କରିବା ପରେ ବର୍ତ୍ତମାନ ଉଦୟଗିରି ଥାନାର ନୂତନ ଭାରପ୍ରାପ୍ତ ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଅଜୟ କୁମାର ସ୍ବାଇଁ। ସେ ପୂର୍ବରୁ ଟିକାବାଲି ଥାନା ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ ।